ଓଟିଭି ଫୋରସାଇଟ୍-୨୦୨୩: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 3, 2023

ଓଟିଭି ଫୋରସାଇଟ୍-୨୦୨୩: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ

ଆଜି ଓଟିଭିର ଚିନ୍ତନ ସମାବେଶ ‘ଫୋରସାଇଟ୍’। ଓଡ଼ିଶାର ସବୁଠୁ ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ। ଆଜିର ଏହି କାର୍ଯ୍ୟକ୍ରମରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ପ୍ରଥମେ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଏହାସହ ଓଟିଭି ଫୋରସାଇଟର ଆଭିମୁଖ୍ୟ ସଂପର୍କରେ କହିଛନ୍ତି। 

 ଏହି ଅବସରରେ ‘ଫୋରସାଇଟ’ର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନୂଆଦିଲ୍ଲୀରୁ ଭିସି ଜରିଆରେ ସାମିଲ ହୋଇ ନିଜର ମତ ରଖିଛନ୍ତି। ସେହିପରି ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଜିର ଏହି ‘ଫୋରସାଇଟ୍’ କାର୍ଯ୍ୟକ୍ରମରେ ସାମିଲ ହେବେ।

୨୦୧୦ ମସିହାରୁ ଆରମ୍ଭ ହୋଇଥିବା ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ସବୁଥର ଭଳି ଆଜି ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହେବ।  ପୂରା ଫୋରସାଇଟ୍ କାର୍ଯ୍ୟକ୍ରମକୁ ମୋବାଇଲ୍ ଯୋଗେ ଓଟିଭି ଫେସବୁକ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4cFLu6r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages