ଜମି ବିବାଦ ହେଲା କାଳ: ଭାଇ-ଭାଉଜ ହତ୍ୟା ଘଟଣାରେ ଯୁବକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 3, 2023

ଜମି ବିବାଦ ହେଲା କାଳ: ଭାଇ-ଭାଉଜ ହତ୍ୟା ଘଟଣାରେ ଯୁବକ ଗିରଫ

ଜମିଜମା ବିବାଦ ପାଇଁ ଉଜୁଡ଼ିଗଲା ସଂସାର। ଭାଇ ନେଇଗଲା ଭାଇ ଓ ଭାଉଜର ଜୀବନ। ଏପରିକି ଗଳା କାଟି ଉଜାଡ଼ିଦେଲା ସଂସାର। ଗତ ୧ ତାରିଖ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ମାଝୀ ସାହି ଗାଁରେ ଏକ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଗତକାଲି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି।

ଗତ ୧ ତାରିଖ ରାତିରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତି ବେହେରାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ବେଳେ ଏହାର ତନାଘନା ଆରମ୍ଭ କରିଥିଲା ପୁଲିସ୍‌। ଭାଇ, ଭାଉଜଙ୍କ ମୃତ୍ୟୁ ପରେ ଆଖିରୁ ଲୁହ ଗଡ଼ାଉଥିବା ସାନ ଭାଇ ହିଁ ହତ୍ୟାକାରୀ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। ପୁଲିସ୍‌ ଗତକାଲି ତାଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଶନ କରିଛି।

ଏନେଇ ମୃତକଙ୍କ ମା’ କହିଛନ୍ତି, ଜମିଜମା ବିବାଦକୁ ନେଇ ମୋ’ ବଡ଼ ପୁଅ ଓ ସାନ ପୁଅ ବର୍ଷେ ହେବ କଥା ହେଉ ନ ଥିଲେ। ପୂର୍ବରୁ ଏକ ଜମିକୁ ୨୭ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ବେଳେ ବଡ଼ ପୁଅକୁ କିଛି ଅଧିକ ଟଙ୍କା ଦେଇଥିଲି । ଏହାକୁ ନେଇ ସାନ ପୁଅ ଅସନ୍ତୁଷ୍ଟ ଥିଲା। ହେଲେ ସେ କ’ଣ ପାଇଁ ତାକୁ ହତ୍ୟା କରିଛି ମୁଁ ଜାଣିନି।

ସୂଚନାଯୋଗ୍ୟ, ମୃତ ରଘୁନାଥଙ୍କର ଘରଠୁ କିଛି ଦୂରରେ ଏକ କୁକୁଡ଼ା ଫାର୍ମ ଅଛି। ସେ ଓ ତାଙ୍କ ସ୍ତ୍ରୀ ସବୁ ଦିନ ରାତିରେ ଏହି ଫାର୍ମରେ ରହନ୍ତି। ଗତ ୧ ତାରିଖ ରାତିରେ ମଧ୍ୟ ସେମାନେ ଫାର୍ମକୁ ଆସିଥିବା ବେଳେ କେହି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କୁକୁଡ଼ା ଫାର୍ମ ପାଖ ପଡ଼ିଆରେ ସେମାନଙ୍କ ମୃତଦେହ ପଡ଼ିଥିବା ବେଳେ ଉଭୟଙ୍କ ବେକ କଟା ଯାଇଥିଲା।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଏହାକୁ ନେଇ ତନାଘନା ଆରମ୍ଭ କରିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/HEnT29A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages