ରାସ୍ତା ଉପରେ ଦ୍ରୁତ ଗତିରେ ଛୁଟି ଚାଲିଥିଲା ବୁଲେଟ। ଆଉ ସେହି ବୁଲେଟ ଉପରେ ଚାଲିଥିଲା ଭରପୁର ରୋମାନ୍ସ। ବାଇକ୍ ଚାଳକଙ୍କ ଉପରେ ବସିଥିଲେ ଯୁବତୀ। ଗାଡ଼ି ଗଡ଼ୁଥିବା ବେଳେ ରୋମାନ୍ସର ମାତ୍ରା ବି ବଢ଼ି ଚାଲିଥିଲା। ଏପରି ଘଟଣା ହୋଲି ଦିନ ରାଜସ୍ଥାନ ରାଜଧାନୀ ଜୟପୁର ସହରରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଲା।
ଏହାପରେ ପୁଲିସ୍ ଖୋଜି ଖୋଜି ପ୍ରେମିକ ପ୍ରବରଙ୍କୁ ଠାବ କରି ବୁଲେଟ ଜବତ ସହ ଜରିମାନା ବି ବସାଇଛି। ଫଳରେ କାନମୁଣ୍ଡ ଆଉଁସି ଆଉ ଏପରି ଭୁଲ କରିବେନି ବୋଲି କହିଛନ୍ତି ଯୁବକ ।
ହୋଲି ଦିନ ପ୍ରେମିକଜଣକ ବାଇକ୍ ଚଳାଉଥିବା ବେଳେ ପ୍ରେମିକା ଗାଡ଼ିର ଟାଙ୍କି ଉପରେ ପ୍ରେମିକ ଆଡ଼କୁ ମୁହଁ କରି ବସିଥିଲା। ଏଥିସହ ପ୍ରେମିକକୁ ଯୁବତୀଜଣକ ନିଜ ବହୁ ବନ୍ଧନରେ ଛନ୍ଦି ରଖିଥିବା ବେଳେ ଉଭୟ ଭରପୁର ରୋମାନ୍ସର ମଜା ଉଠାଉଥିଲେ। ଏହି ସମୟରେ ଗାଡ଼ିଟି କ୍ଷୀପ୍ର ବେଗରେ ଆଗକୁ ମାଡ଼ି ଚାଲିଥିବା ବେଳେ ସୌଭାଗ୍ୟବଶଃତ କୌଣସି ଅଘଟଣ ଘଟି ନାହିଁ । ଏହି ସମୟରେ ପ୍ରେମୀ ଯୁଗଳ ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଘଂନ କରିଥିବା ବେଳେ ଏହାର ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହୋଇଗଲା।
ଭିଡିଓ ଭାଇରାଲ ହେବା ପରେ ଜୟପୁର ଟ୍ରାଫିକ ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ବାଇକ୍ ନମ୍ବର ଖୋଜି ଖୋଜି ଯୁବକଙ୍କ ଘରେ ପହଞ୍ଚିଥିଲା। ସେଠାରୁ ଟ୍ରାଫିକ୍ ପୁଲିସ୍ ବାଇକ୍ଟିକୁ ଜବତ କରି ଥାନାକୁ ଆଣିଥିବା ବେଳେ ୫ ହଜାର ଟଙ୍କା ଜରିମାନା ପକାଇଛି । ଏହି ଘଟଣାରେ ପୁଲିସ୍ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ହୋଲି ଦିନ ନିଶାସକ୍ତ ଥିବା ବେଳେ କିପରି କ’ଣ ହୋଇ ଯାଇଛି କିଛି ଜାଣି ନ ଥିବା ପୁଲିସ୍ ନିକଟରେ ଯୁବକଜଣକ ସଫେଇ ଦେଇଛନ୍ତି। ଉଭୟ ଯୁବକଯୁବତୀ ବିନା ହେଲମେଟରେ ଥିବା ନେଇ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚାଳନା କରୁଥିବା ତଥା ନିଶାସକ୍ତ ଥିବା ନେଇ ଟ୍ରାଫିକ ପୁଲିସ୍ ମାମଲା ରୁଜୁ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hDesEGj
No comments:
Post a Comment