ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ ଧକ୍କାରେ ଯୁବକ ଗୁରୁତର । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଏସୟୁଭି ଗାଡ଼ି ଧକ୍କାରେ ଗୁରୁତର ଯୁବକ ହେଉଛନ୍ତି ୨୦ ବର୍ଷୀୟ ରାମ ବାବୁ ବାଗରୀ । ଦିଗବିଜୟ ସିଂହ ନିଜ ଗାଡ଼ି ଅଟକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଛନ୍ତି।
ଗତକାଲି ଦିଗବିଜୟ ସିଂହ କୋଡାକା ଗ୍ରାମର କଂଗ୍ରେସ ଜିଲ୍ଲା ସଭାପତିଙ୍କ ଘରକୁ ଯାଇଥିଲେ। ସେଠାରୁ ଅପରାହ୍ନରେ ଫେରୁଥିବା ସମୟରେ ରାଜଗଡ଼ରେ ଏହି ଦୁର୍ଘଟଣା ଘଟିଛି। ରାମ ବାବୁ ନିଜ ବାଇକ୍ରେ ଯାଉଥିବା ବେଳେ ରାସ୍ତାର ଡାହଣ ପାର୍ଶ୍ୱକୁ ଯିବାକୁ ଉଦ୍ୟତ ହେଉଥିଲେ। ଏହି ସମୟରେ ପଛରେ ଦ୍ରୁତ ଗତିରେ ଆସୁଥିବା ଦିଗବିଜୟଙ୍କ କାର୍ ଯୁବକଙ୍କୁ ପିଟିଥିଲା। ଫଳରେ ଯୁବକଜଣକ ଦୂରକୁ ଛିଟିକି ପଡ଼ିଥିଲେ।
ଏହା ଦେଖି ଦିଗବିଜୟ ନିଜ କାର୍ ଅଟକାଇଥିଲେ। ଏହାପରେ ଗୁରୁତର ରାମ ବାବୁଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୋପାଲସ୍ଥିତ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nfSQaEy
No comments:
Post a Comment