ମୋଦିଙ୍କ ପରେ କେଜ୍ରିୱାଲ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବିରୋଧି ପୋଷ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 22, 2023

ମୋଦିଙ୍କ ପରେ କେଜ୍ରିୱାଲ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବିରୋଧି ପୋଷ୍ଟର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀ ପୋଷ୍ଟର। ପ୍ରଥରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୋଦି ହଟାଉ ପୋଷ୍ଟର ଲାଗିଥିବା ବେଳେ ଏବେ କେଜ୍ରିୱାଲ ବିରୋଧୀ ପୋଷ୍ଟର ଲାଗିବା ଦିଲ୍ଲୀ ରାଜନୀତିକୁ ସରଗରମ କରିଛି। ଦିଲ୍ଲୀ ମଣ୍ଡି ହାଉସ ନିକଟରେ ଥିବା ପୋଷ୍ଟରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି। ପୋଷ୍ଟରରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅସାଧୁ, ଲାଞ୍ଚୁଆ ଏବଂ ଏକଛତ୍ରବାଦୀ ଶାସକ ବୋଲି ମଧ୍ୟ ଦର୍ଶାଯାଇଛି । ପୋଷ୍ଟରରେ ଅରବିନ୍ଦ କେଜ୍‌ରିୱାଲକୋ ହଟାଓ, ଦିଲ୍ଲୀ ବଛାଉ ବୋଲି ଉଲ୍ଲେଖ ରହିଛି।

ଏହାପୂର୍ବରୁ ମାର୍ଚ୍ଚ ୨୧ରେ ଦିଲ୍ଲୀ ସହରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଦେଖିବାକୁ ମିଳିଥିଲା। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ମୋଦି ବିରୋଧୀ ପୋଷ୍ଟରକୁ ନେଇ ପୁଲିସ ୪୪ଟି ମାମଲା ରୁଜୁ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ନିଜସ୍ୱ ପ୍ରିଣ୍ଟିଂ ପ୍ରେସ୍ ରହିଛି। ମଙ୍ଗଳବାର ପୁଲିସ ବଭିନ୍ନ ସ୍ଥାନରେ ଲାଗିଥିବା ଏମିତି ୨୦୦୦ ପୋଷ୍ଟରକୁ ଚିରିଛି। ପ୍ରାୟ ସବୁ ପୋଷ୍ଟରରେ ‘ମୋଦି ହଟାଓ, ଦେଶ ବଚାଓ’ ନାରା ଉଲ୍ଲେଖ ରହିଛି। ସର୍ବସାଧାଣ ସ୍ଥାନରେ ପୋଷ୍ଟର ଲଗାଇ ସେହିସ୍ଥାନକୁ ବିକୃତ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଥିବା ପୁଲିସ କହିଛି।

ସେହିପରି ଏହି ପୋଷ୍ଟରର ୨୦୦୦ କପି ଆମ ଆଦମୀ ପାର୍ଟି କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିବା ବେଳେ ପୁଲିସ ସେଗୁଡ଼ିକୁ ଜବତ କରିଛି। ଏହି ପୋଷ୍ଟର ଗୁଡ଼ିକୁ ଏକ ଭ୍ୟାନରେ ଚାଲାଣ ହେଉଥିବା ବେଳେ ପୁଲିସ ସେ ଗୁଡ଼ିକୁ ଜବତ କରିଥିଲା। ଭ୍ୟାନ ଡ୍ରାଇଭରଙ୍କ କହିବା ଅନୁଯାୟୀ,ଏହି ପୋଷ୍ଟର ଗୁଡ଼ିକ ଆପର ମୁଖ୍ୟାଳୟକୁ ଯିବାର ଥିଲା। ଏହି ପ୍ରସଙ୍ଗରେ ଆପ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/318ayGX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages