କଂଗ୍ରେସର ‘ବ୍ଲାକ ପ୍ରୋଟେଷ୍ଟ’ରେ ଅଚାନକ ଏଣ୍ଟ୍ରି କଲା ଟିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 27, 2023

କଂଗ୍ରେସର ‘ବ୍ଲାକ ପ୍ରୋଟେଷ୍ଟ’ରେ ଅଚାନକ ଏଣ୍ଟ୍ରି କଲା ଟିଏମସି

ରାହୁଲ ଗାନ୍ଧି ପ୍ରସଙ୍ଗରେ ବିରୋଧୀଙ୍କ ଏକାତା ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି। ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯାଇଥିବାରରୁ କଂଗ୍ରେସ ବ୍ଲାକ ପ୍ରୋଟେଷ୍ଟ କରୁଛି। ଆଜି କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦକୁ ଆସିବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିପରି ସେମାନେ ଆଦାନୀ ପ୍ରସଙ୍ଗରେ ମଧ୍ୟ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ସମସ୍ତେ ଇଡି ଉପରେ ଚାପ ପକାଇ ଆଦାନୀ ପ୍ରସଙ୍ଗର ତଦନ୍ତ କରିବାକୁ ଦାବି କରିଛନ୍ତି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସର ବ୍ଲାକ ପ୍ରୋଟେଷ୍ଟକୁ ମମତା ବାନାର୍ଜୀଙ୍କ ଟିଏମସି ସମର୍ଥନ କରିଛି। ଏହା ଦେଖି ରାଜନୀତିକ ପଣ୍ଡିତମାନେ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଟିଏମସି ସବୁବେଳେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖିବ ବୋଲି କହି ଆସୁଥିଲା। ପୂର୍ବରୁ କଂଗ୍ରେସ ଡାକିଥିବା ବୈଠକକୁ ଯାଇ ନଥିଲା। ହେଲେ ଆଜି କଂଗ୍ରେସର ବଡ଼ ରଣନୀତିକ ବୈଠକରେ ଟିଏମସି ଯୋଗଦେଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚ୍ୟାମ୍ବରରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ଏଥିରେ ଟିଏମସି ମଧ୍ୟ ନିଜ ମତ ରଖିଛି। 

ଏହି ବୈଠକରେ ଟିଏମସିର ପ୍ରସୂନ ବାନାର୍ଜୀ ଓ ଜୱହର ସିରକାର ଯୋଗଦେଇଥିଲେ। ବିଭିନ୍ନ ପ୍ରସଙ୍ଗ ଓ କୌଣସି ସାମ୍ମୁଖ୍ୟ ନୁହେଁ, ବରଂ ରାହୁଲ ଗାନ୍ଧି ଓ ଆଦାନି ପ୍ରସଙ୍ଗରେ ସବୁ ବିରୋଧୀ ଏକାଠି ରହିବା ଉପରେ ମାନସମନ୍ଥନ ହୋଇଛି। 

ଖଡଗେ କହିଛନ୍ତି, “ଏହାକୁ ସମର୍ଥନ କରୁଥିବା ପ୍ରତି ଦଳକୁ ଧନ୍ୟବାଦ। ଗତକାଲି ମୁଁ ସମର୍ଥନ କରିଥିବା ନେତାମାନଙ୍କୁ ଧନ୍ୟବାଦ ଜଣାଇଥିଲି। ଆଜି ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଦେଶର ଗଣତନ୍ତ୍ର, ସମ୍ବିଧାନ ଓ ଲୋକଙ୍କ ସୁରକ୍ଷା ପାଇଁ ଯେଉଁମାନେ ଆଗେଇ ଆସିବେ, ଆମେ ସେମାନଙ୍କୁ ସ୍ୱାଗତ କରିବୁ। ଆମକୁ ସମର୍ଥନକ କରୁଥିବା ଲୋକଙ୍କୁ କୃତଜ୍ଞତା ଜଣାଉଛୁ।”

ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ କରାଯିବା ଘଟଣାରେ ଆଜି କଂଗ୍ରେସ କଳା ଶାର୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିଛି। କେ ଚନ୍ଦ୍ର ଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ଏହି କଳା ଶାର୍ଟ ବିକ୍ଷୋଭରେ ସାମିଲ ହୋଇଛି। ଉଦ୍ଧବ ଠାକରେଙ୍କ ଶିବସେନାର ସଦସ୍ୟମାନେ ମଧ୍ୟ କଂଗ୍ରେସକୁ ସମର୍ଥନ କରି କଳା ଶାର୍ଟ ପିନ୍ଧିଥିଲେ। 

ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ୧୭ଟି ବିରୋଧୀ ଦଳର ସଦସ୍ୟ ସାମିଲ ହୋଇଥିଲେ। କଂଗ୍ରେସ ବାଦ ବୈଠକରେ ଡିଏମକେ, ସପା, ଜେଡିୟୁ, ବିଆରଏସ, ସିପିଏମ, ଆରଜେଡି, ଏନସିପି, ସିପିଆଇ, ଆଇୟୁଏମଏଲ, ଏମଡିଏମକେ, କେସି, ଟିଏମସି, ଆରଏସ୍‌ପି, ଆପ୍‌, ଜମ୍ମୁ-କଶ୍ମୀର ଏନ୍‌ସି ଓ ଉଦ୍ଧବ ଠାକରେଙ୍କ ଶିବସେନା(ୟୁବିଟି)ର ନେତା ଯୋଗଦେଇଥିଲେ।

ରାହୁଲ ଗାନ୍ଧି ଅଯୋଗ୍ୟ ଘୋଷଣା ହେବା ପରେ ଟିଏମସି ବେଶ ମାପିଚୁପି ବୟାନ ଦେଉଥିଲା। ଏଥିସହ ପୂର୍ବରୁ କଂଗ୍ରେସ ଡାକୁଥିବା ବିରୋଧୀଙ୍କ ବୈଠକରେ ଟିଏମସି ଯୋଗ ଦେଉ ନଥିଲା। କିନ୍ତୁ ଆଜି ଖଡଗେ ଡାକିଥିବା ବୈଠକରେ ଟିଏମସି ସାମିଲ ହେବା ସହ ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ମତ ରଖିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vNzkTOE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages