ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭ ଖୁଣ୍ଟି। ଏହାସହ ଯାତ୍ରା ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଦେଶୀ ବେହେରା
ପାରମ୍ପରିକ ପୂଜକ ଶୁଭ ଖୁଣ୍ଟି ସ୍ଥାପନ କରିବାପରେ ମାଆଙ୍କ ଆଗମନ ନେଇ ଶୁଭ ମୂହୁର୍ତ୍ତ ନିର୍ଣ୍ଣୟ କରିଥିଲେ। ଗତକାଲି ଶୁଭଖୁଣ୍ଟିଙ୍କୁ ମନ୍ଦିର ନେଇ ପୂଜାର୍ଚ୍ଚନା କରିବା ପରେ ରାତ୍ର ପ୍ରାୟ ୨ଟା ବେଳେ ଦେଶୀବେହେରା ସାହିକୁ ଆଣି ପୂଜାର୍ଚ୍ଚନା କରାଯାଇଥିଲା।
ଏପ୍ରିଲ ୪ ମଧ୍ୟରାତ୍ରରୁ ଆରମ୍ଭ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା। ଦେଶୀ ବେହେରା ସାହିକୁ ଯିବେ ମା’ ବୁଢ଼ୀ ଠାକୁରାଣୀ। ଆସନ୍ତା ମେ’ ୧ ତାରିଖରେ ପୁଣି ମନ୍ଦିରକୁ ମା’ ବୁଢ଼ୀ଼ଠାକୁରାଣୀ ପ୍ରତ୍ୟାବର୍ତ୍ତନ କରିବେ। ୨୧ ଦିନ ଧରି ମାଆଙ୍କ ଏହି ପ୍ରସିଦ୍ଧ ଯାତ୍ରା ଚାଲିବ।
ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଗତକାଲି ସର୍ବସଧାରଣରେ ବୈଠକ ଅନୁଷ୍ଠିତ ହୋଇଥିଲା। ଯାତ୍ରା ପାଇଁ ଶୁଭ ସମୟ ନେଇ ଦିନ ଧାର୍ଯ୍ୟ କରିଥିଲେ ସିଦ୍ଧାନ୍ତଗୁରୁ । ଏହାପରେ ଏକ ବିରାଟ ପଟୁଆରା ମା ବୁଢୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିବା ବେଳେ ବାଜା-ନାଚ ଗୀତର ତାଳେ ତାଳେ ଦୁଲୁକି ଉଠିଥିଲା ରେଶମ ସହର ବ୍ରହ୍ମପୁର ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3BckAxL
No comments:
Post a Comment