ବିଚ୍ ବଜାରରେ ନିଜ ବେକ କାଟିଲେ, ଗୁଳି ମାଡ଼ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 17, 2023

ବିଚ୍ ବଜାରରେ ନିଜ ବେକ କାଟିଲେ, ଗୁଳି ମାଡ଼ କଲେ

ବିଚ୍ ବଜାରରେ ଯୁବକଙ୍କ ଉନ୍ମତକାଣ୍ଡ। ଛୁରୀରେ କାଟିଦେଲେ ନିଜ ବେକ। କେବଳ ସେତିକି ନୁହେଁ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇ ଫୁଟାଇଲେ ଗୁଳି। ଏଭଳି କିଛି ଛାତି ଥରା ଦୃଶ୍ୟ ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଦିଲ୍ଲୀ ଏମ୍‌ଏମ୍ ପାର୍କ ଅଞ୍ଚଳର ନାଥୁ କଲୋନୀ ଛକ। ମାର୍ଚ୍ଚ ୧୬ ତାରିଖ ସନ୍ଧ୍ୟା ସାଢ଼େ ୬ଟା। ହଠାତ୍ ବିଚ୍ ବଜାରରେ ଜଣେ ଯୁବକ ଛୁରୀରେ କାଟି ଦେଲେ ନିଜ ବେକ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ବୁଲିଲେ। ଯୁବକଙ୍କ ଏଭଳି ଅବସ୍ଥା ଦେଖି ଆଖପାଖରେ ଲୋକେ ହୋଇଗଲେ ଛାନିଆ। ଖବର ପାଇ ପୁଲିସ ପହଞ୍ଚିଲା। ହେଲେ ଯୁବକଙ୍କୁ କରିପାରିଲାନି କାବୁ। ଓଲଟି ଯୁବକ ଜଣକ ପୁଲିସର ବନ୍ଧୁକ ଛଡାଇ ନେଇ ଫୁଟାଇଲେ ଗୁଳି। ଯୁବକଙ୍କ ଏହି ଉନ୍ମତ କାଣ୍ଡର ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି।

ଯୁବକଙ୍କ ଗୁଳିମାଡ଼ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଦିଲ୍ଲୀ ପୁଲସ ମୁତାବକ, ଉକ୍ତ ଯୁବକଙ୍କ ନାଁ କୃଷ୍ଣ ଶେରୱାଲ। ସେ ଛୁରୀରେ ନିଜ ବେକ କାଟିବା ସହ ବିଚ୍ ବଜାରେ ଗୁଳି ମାଡ଼ କରିଛନ୍ତି। ପରେ ପୁଲିସ ତାଙ୍କୁ କାବୁ କରି ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ କାହିଁକି ଯୁବକ ଜଣକ ଏଭଳି କାଣ୍ଡ ଘଟାଇଲେ ସେ ନେଇ କିଛି ସୂଚନା ମିଳିନାହିଁ। ପୁଲିସ ଧାରା ୩୦୭/୩୯୪/୩୯୭/୧୮୬/୩୫୩ ଓ ୨୭ ଆର୍ମସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/N3ExwRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages