ଖାକି ବର୍ଦ୍ଦିରେ କରୁଥିଲେ ଗଞ୍ଜେଇ ଚାଲାଣ, ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 19, 2023

ଖାକି ବର୍ଦ୍ଦିରେ କରୁଥିଲେ ଗଞ୍ଜେଇ ଚାଲାଣ, ବନ୍ଧା ହେଲେ

ପୁଣି ଥରେ ଖାକି ବର୍ଦ୍ଦିରେ ଲାଗିଲା ଦାଗ। ଗଞ୍ଜେଇ ଚୋରା ଚାଲାଣରେ ସାହାଯ୍ୟ କରି ବନ୍ଧା ହେଲେ ପୁଲିସ୍‌ କନେଷ୍ଟବଳ । ଏପରି ଘଟଣା ଘଟିଛି ମାଲକାନଗିରି ଥାନା ମାର୍କାପାଲ୍ଲୀରେ। ବନ୍ଧା ହୋଇଥିବା ପୁଲିସ୍‌ କନେଷ୍ଟବଳଜଣକ ହେଲେ ମନୋଜ କୁମାର ମୁଦୁଲି ।

ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ମାଲକାନଗିରି ଏସ୍‌.ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଜବତ କରି ଶରତଙ୍କୁ ଗିରଫ କରିଥିଲେ ।

ତେବେ ପଚରାଉଚରା ପରେ ମାଲକାନଗିରି ପୁଲିସ କନେଷ୍ଟବଳ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଗଞ୍ଜେଇ ଚାଲାଣ କରୁଥିବା ଶରତ ଚନ୍ଦ୍ର ବୟାନ ପ୍ରକାଶ କରିଥିଲେ । ଏହାପରେ ଏସ୍‌ଡିପିଓ ଘଟଣାର ତଦନ୍ତ କରି ମନୋଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ମନୋଜ ପୂର୍ବରୁ ବଡ଼ ବଡ଼ ନେତା ଅଫିସରଙ୍କ ପାଖରେ ପିଏସ୍‌ଓ ଭାବେ କାମ କରୁଥିଲେ । ତେଣୁ ତାଙ୍କର ବଡ଼ ବଡ଼ ଅଧିକାରୀଙ୍କ ସହ ଲିଙ୍କ ଥିବା ଜାଣି ଗଞ୍ଜେଇ ବେପାରୀ ମନୋଜଙ୍କୁ ଧରି ଦୀର୍ଘ ଦିନ ହେବ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାଯାଇଛି।

ମନୋଜ ସ୍ଥାନୀୟ ଅଞ୍ଚଳର ଯୁବକ ହୋଇଥିବା ବେଳେ ପୁଲିସ୍‌ରେ କାର୍ଯ୍ୟରତ ହେଉଥିବାରୁ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଗଞ୍ଜେଇ ବେପାରୀ ନିଜ କାମ କରାଇ ନେଉଥିଲେ। ଏନେଇ ପୁଲିସ୍‌ ପୂର୍ବରୁ ସୂଚନା ପାଇଥିବା ବେଳେ ମନୋଜଙ୍କ ଉପରେ ନଜର ରଖିଥିଲା। ଏହାପରେ ଗତକାଲି ତାଙ୍କୁ ଗିରଫ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WdiY2IB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages