ଜୋରରେ ଶବ୍ଦ କରୁଥିବା ଗୀତକୁ ବିରୋଧ କରିବାରୁ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 7, 2023

ଜୋରରେ ଶବ୍ଦ କରୁଥିବା ଗୀତକୁ ବିରୋଧ କରିବାରୁ ପିଟିପିଟି ମାରିଦେଲେ

ପଞ୍ଜାବର ରୂପନଗର ଜିଲ୍ଲାର ଆନନ୍ଦପୁର ସାହିବରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ଯୁବକଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଯୁବକ ଜଣଙ୍କ କାନାଡାର ସ୍ଥାୟୀ ଅଧିବାସୀ ହୋଇଥିବା ବେଳେ ପଞ୍ଜାବରେ ରହୁଥିବା ନିଜ ପରିବାର ଲୋକଙ୍କ ପାଖକୁ ବୁଲିବାକୁ ଆସିଥିଲେ। ସେ ଜୋରରେ ଶବ୍ଦ କରୁଥିବା ଗୀତକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଭିଡ଼ ହିଂସାରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ୨୪ ବର୍ଷୀୟ ପ୍ରଦୀପ ସିଂହ। ସେ କାନାଡାର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଗତ ଫେବୃଆରୀ ମାସରେ ଭାରତ ଆସିଥିଲେ। ତାଙ୍କ ମା’ ବଲବିନ୍ଦର କୌର କହିଛନ୍ତି, ପ୍ରଦୀପ ଓ ତାଙ୍କ ଭଉଣୀ କାନାଡାରେ ରହୁନ୍ତି। ସେଠାରେ ପ୍ରଦୀପ ଟାଟୁ କରିବାର କୌଶଳ ଶିଖୁଥିଲେ। ପ୍ରଦୀପଙ୍କ ମା’ ଗୁରଦାସପୁର ଜିଲ୍ଲା ଘାଝିକୋଟ ଅଞ୍ଚଳରେ ରୁହନ୍ତି। ପ୍ରଦୀପ ହେଉଛନ୍ତି ବଲବିନ୍ଦର କୌରଙ୍କ ଏକମାତ୍ର ପୁଅ।

ରୂପନଗର ଏସ୍‌ଏସପି ବିବେକ ଶୀଲ ସୋନି କହିଛନ୍ତି, ଘଟଣାଟି ସୋମବାର ରାତି ୧୦.୩୦ରେ ଘଟିଥିଲା। ଅଭିଯୁକ୍ତ ନିରଞ୍ଜନ ସିଂହ ଓ ତା’ର କିଛି ସହଯୋଗୀ ଗାଡ଼ି ଧରି ରାସ୍ତାରେ ଯାଉଥିବା ବେଳେ ଜୋରରେ ଗୀତ ବଜାଉଥିଲେ। ଏହାକୁ ପ୍ରଦୀପ ବିରୋଧ କରିବାରୁ ଏପରି ଘଟଣା ଘଟିଛି।

ପ୍ରଦୀପ ଘଟଣା ବେଳେ ନିହାଙ୍ଗ ଶିଖଙ୍କ ପୋଷାକ ପିନ୍ଧିଥିଲେ। ତେବେ ତାଙ୍କର ସମ୍ପର୍କ କୌଣସି ନିହାଙ୍ଗ ଗ୍ରୁପ ସହ ରହିଥିବା ଏଯାଏ ଜଣାପଡ଼ିନି। ପୁଲିସ୍‌ ଘଟଣାର ଭାଇରାଲ ଭିଡିଓକୁ ଯାଞ୍ଚ କରୁଛି। ଲୋକମାନେ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

କିଛି ଲୋକ ରାସ୍ତାରେ ମାରପିଟ କରୁଥିବା ଖବର ମିଳିବା ପରେ ଆନନ୍ଦପୁର ସାହିବର ଏସଏଚ୍‌ଓ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳେକୁ ପ୍ରଦୀପ ରାସ୍ତାରେ ପଡ଼ି ରହିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ କିଛି ଅଭିଯୁକ୍ତ ଧରା ପଡ଼ିଛନ୍ତି।

କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ୍‌ କାହାର ବି ବୟାନ ରେକର୍ଡ କରିପାରି ନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା କୌଣସି ପୂର୍ବ ଶତ୍ରୁତାର ଘଟିନି। କୌଣସି କାରଣ ପାଇଁ ପ୍ରଥମେ ମାରପିଟ ପରେ ହତ୍ୟାକାଣ୍ଡ ଘଟିଛି। ସାମ୍ନାକୁ ଆସିଥିବା ଭିଡିଓରେ କିଛି ଯୁବକ ମିଳିତ ଭାବେ ନିହାଙ୍ଗ ଶିଖ ପୋଷାକରେ ଥିବା ଯୁବକଙ୍କୁ ପଥରରେ ଆକ୍ରମଣ କରୁଛନ୍ତି। ଏହାପରେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ନିସ୍ତେଜ ହୋଇଯାଉଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ECTuKtM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages