ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷର ରୂପ। ଶେଷରେ ହୋଲିରେ ପଡ଼ିଲା ରକ୍ତର ଛିଟା, ଗଡ଼ିଲା ମୁଣ୍ଡ ଆଉ ଉଜୁଡ଼ିଗଲା ପରିବାର। ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାରଖାର ହୋଇଗଲା ଗୋଟିଏ ପରିବାର । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ଗୁରୁତର ହୋଇଛନ୍ତି।
ଏପରି ଲୋମହର୍ଷଣକାରୀ ଘଟଣା ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିରେ ଘଟିଛି । ମୃତକ ହେଲେ ମୁଣ୍ଡିଆସାହିର ଚିନ୍ତାମଣି ବେହେରା।
ଚିନ୍ତାମଣିଙ୍କ ପରିବାର କହିଲେ ପତ୍ନୀ ଓ ତାଙ୍କ ଝିଅ। ଆଜି ଭୋରରୁ ଚିନ୍ତାମଣିଙ୍କ ଘରେ କିଛି ଦୁର୍ବୃତ୍ତ ପଶି ସମସ୍ତ ପରିବାର ସଦସ୍ୟଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ବାରମ୍ବାର ଖଣ୍ଡାରେ ଆକ୍ରମଣ ଯୋଗୁ ଗୁରୁତର ଭାବେ ଆହତ ହୋଇଥିବା ଚିନ୍ତାମଣିଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ ଘରେ ହିଁ ଛଟପଟ ହୋଇ ତାଙ୍କ ଜୀବନ ଚାଲି ଯାଇଥିଲା।
ଚିନ୍ତାମଣିଙ୍କୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା କରିବାକୁ ଯାଇ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଘଟଣା ସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। ପୂର୍ବ ଶତ୍ରୁତାରୁ କିଛି ଲୋକ ଏପରି କାଣ୍ଡ ଭିଆଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏହି ଘଟଣାରେ ପୁଲିସ୍ ୨ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/F5umgA2
No comments:
Post a Comment