ରାଜ୍ୟରେ ବଢ଼ୁଛି ବୁଲା କୁକୁରଙ୍କ ସଂଖ୍ୟା। ଏହାକୁ ନିୟନ୍ତ୍ରଣ କରିବା ପାଇଁ କୁକୁରଙ୍କୁ ଆସାମ ପଠାଇ ଦିଅ। ଏଭଳି କିଛି ଅଜବ ପରାମର୍ଶ ଦେଇଛନ୍ତି ମହାରାଷ୍ଟ୍ରର ଜଣେ ବିଧାୟକ।
ମହାରାଷ୍ଟ୍ରର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କୁଡୁଙ୍କ କହିବା ଅନୁସାରେ, ମହାରାଷ୍ଟ୍ରରେ ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏମାନଙ୍କୁ ଆସାମ ପଠାଇ ଦିଆଯାଉ। ସେଠାକାର ଲୋକେ କୁକୁର ଖାଆନ୍ତି। ବିଧାୟକ ପ୍ରତାପ ସରନାଏକ ଓ ଅତୁଳ ଭଟଖାଲକର୍ ଆଗତ କରିଥିବା ବୁଲା କୁକୁର ଜନିତ ସମସ୍ୟା ସଂକ୍ରାନ୍ତରେ ବିଧାନସଭାରେ ଆଲୋଚନା ଚାଲିଥିବା ବେଳେ କୁଡୁ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଆସାମରେ ବୁଲା କୁକୁରମାନଙ୍କର ଚାହିଦା ଢ଼େର ଅଧିକା ରହିଛି। ଗୋଟିଏ ଗୋଟିଏ କୁକୁର ୮୦୦୦ ଟଙ୍କାରେ ବିକ୍ରି ହେଉଛନ୍ତି। ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ସେମାନଙ୍କୁ ଆସାମ ପଠାଇ ଦିଆଯିବା ଉଚିତ। ପରୀକ୍ଷାମୂଳକ ଭାବେ ଗୋଟିଏ ସହରରେ ଏହାକୁ ଆରମ୍ଭ କରାଯିବା ଉଚିତ ବୋଲି ବିଧାୟକ କହିଛନ୍ତି।
ବିଧାୟକଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ପ୍ରାଣୀଧନ ଅଧିକାର କର୍ମୀମାନେ ତୀବ୍ର ସମାଲୋଚନା କରିଛନ୍ତି। ଏଭଳି ମନ୍ତବ୍ୟ ଅମାନବୀୟ ଓ ଭୟାଭବ ପ୍ରସ୍ତାବ ବୋଲି ସେମାନେ କହିଛନ୍ତି।
ଏହାପୂର୍ବରୁ କିଛି ଦିନ ତଳେ ଝାଡ଼ଖଣ୍ଡର ବିଜେପି ବିଧାୟକ ବିରଞ୍ଚି ନାରାୟଣ ମଧ୍ୟ ବୁଲା କୁକୁର ଲୋକଙ୍କୁ କାମୁଡ଼ି ଥିବା କଥା ଉଠାଇଥିଲେ। ସେ କହିଥିଲେ, ରାଜ୍ୟ ସରକାର ଯଦି ଏ ସମସ୍ୟାର ସମାଧାନ କରିପାରୁ ନାହାନ୍ତି, ତେବେ ନାଗାଲାଣ୍ଡ ବାସୀଙ୍କୁ ଡାକନ୍ତୁ, ସମସ୍ୟାର ସମାଧାନ ହୋଇଯିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zTaKZlX
No comments:
Post a Comment