ମଝି ଆକାଶରେ ଯାତ୍ରୀଙ୍କ ଉପରେ ପରିଶ୍ରା କଲେ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 4, 2023

ମଝି ଆକାଶରେ ଯାତ୍ରୀଙ୍କ ଉପରେ ପରିଶ୍ରା କଲେ ଯାତ୍ରୀ

ମଝି ଆକାଶରେ ବିମାନ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ଜଣେ ଯାତ୍ରୀଙ୍କ ଉପରେ ପରିଶ୍ରା କରିଛନ୍ତି ଆଉ ଜଣେ ଯାତ୍ରୀ। ଏଥର ଘଟଣା ଘଟିଛି ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନରେ। ବିମାନ ମଧ୍ୟରେ ଘଟିଥିବା ଏହି ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ଦିଲ୍ଲୀ ପୁଲିସ। ଏପରିକି ସଂପୃକ୍ତ ଯୁବକଙ୍କ ଯାତ୍ରା ଉପରେ କଟକଣା ଲଗାଇଛି ଆମେରିକାନ ଏୟାରଲାଇନ୍। 

ଶୁକ୍ରବାର ରାତି ପ୍ରାୟ ୯ଟା ୧୬ ମିନିଟରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିଲା ଆମେରିକାନ ଏୟାରଲାଇନ୍ସର ବିମାନ ଏଏ-୨୯୨। ଶନିବାର ରାତି ପ୍ରାୟ ୧୦ଟା ୧୨ ମିନିଟରେ ଫ୍ଲାଇଟ୍ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଥିଲା। ତେବେ ଉଡାଣ ସମୟରେ ମଝି ଆକାଶରେ ଆସିଥିଲା ଅଭିଯୋଗ। ଦିଲ୍ଲୀ ଡିଫେନ୍ସ କଲୋନୀରେ ରହୁଥିବା ଆର୍ଯ୍ୟ ଭୋରା ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିବା ଅଭିଯୋଗ ହୋଇଥିଲା। 

ଦିଲ୍ଲୀ ଡିଫେନ୍ସ କଲୋନୀର ଆର୍ଯ୍ୟ ଭୋରା ଜଣେ ଛାତ୍ର। ସେ ଆମେରିକାର ଏକ ୟୁନିଭରସିଟିରେ ପଢୁଥିବା ଜଣାପଡିଛି। ବିମାନରେ ନିଶାସକ୍ତ ଅବସ୍ଥାରେ ଥିବା ଆର୍ଯ୍ୟ ଭୋରା ନିଜ ସିଟରେ ପରିଶ୍ରା କରିଦେଇଥିଲେ। ଫଳରେ ତାଙ୍କ ପାଖ ସିଟରେ ବସିଥିବା ଜଣେ ଯାତ୍ରୀ ପରିଶ୍ରାରେ ଓଦା ହୋଇଯାଇଥିଲେ। ଏହାପରେ ଯାତ୍ରୀ ଜଣକ ବିମାନର ଚାଳକ ଦଳକୁ ଅଭିଯୋଗ କରିଥିଲେ। ତେବେ ପୁଲିସରେ ଅଭିଯୋଗ କରିବାକୁ ଚାହିଁନଥିଲେ କାରଣ, ଛାତ୍ର ଜଣକ ଏନେଇ କ୍ଷମା ମାଗିସାରିଥିଲେ ଏବଂ ପୁଲିସରେ ଅଭିଯୋଗ ପରେ ତାଙ୍କର ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ଥିଲା। ତେବେ ଏୟାରଲାଇନ ପକ୍ଷରୁ ଏହାକୁ ଗମ୍ଭୀରତାର ସହ ନିଆଯାଇ ଆଇଜିଆଇର ଏଟିସି ଏବଂ ପରେ ଦିଲ୍ଲୀ ପୁଲିସକୁ ସୂଚନା ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ପରେ ତୁରନ୍ତ ଛାତ୍ରଙ୍କୁ ଗିରଫ କରାଯାଇଥିଲା। 

ତେବେ ବିମାନରେ ଯାତ୍ରୀଙ୍କ ଉପରେ ପରିଶ୍ରା ନୂଆ ଘଟଣା ନୁହେଁ। ଏହାପୂର୍ବରୁ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ସମାନ ଘଟଣା ଘଟିଥିଲା। ବିମାନରେ ଜଣେ ବୃଦ୍ଧଙ୍କ ଉପରେ ଶଙ୍କର ମିଶ୍ରା ନାମକ ଜଣେ ଯାତ୍ରୀ ପରିଶ୍ରା କରିଦେଇଥିଲେ। ମାସେ ଜେଲ୍ ପରେ ସେ ଜାମିନରେ ମୁକୁଳିଥିଲେ। ଆଗାମୀ ୪ ମାସ ଯାଏଁ ତାଙ୍କ ବିମାନ ଯାତ୍ରା ଉପରେ କଟକଣା ଲଗାଯାଇଛି। ସେପଟେ ଏୟାର ଇଣ୍ଡିଆ ଉପରେ ୩୦ଲକ୍ଷର ଜୋରିମାନା କରାଯାଇଥିଲା। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oZ6cLud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages