ଦୁଆର ମୁହଁରେ ଚପଲ ରଖିବା କାଳ ହେଲା; ପଡ଼ୋଶୀଙ୍କୁ ହତ୍ୟା କଲେ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 5, 2023

ଦୁଆର ମୁହଁରେ ଚପଲ ରଖିବା କାଳ ହେଲା; ପଡ଼ୋଶୀଙ୍କୁ ହତ୍ୟା କଲେ ଦମ୍ପତି

ଦୁଆର ମୁହଁରେ ଚପଲ ରଖିବା କାରଣରୁ ପଡ଼ୋଶୀଙ୍କ ଜୀବନ ନେଇଗଲେ ଦମ୍ପତି। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଥାନେ ଅଞ୍ଚଳର ନୟାନଗରରେ ଘଟିଛି। ଅଫସାର ଖାତରୀ ନାମକ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀ ଦମ୍ପତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଛନ୍ତି।

ଶନିବାର ଅପରାହ୍ନରେ ଅଫସାର ଖାତରୀ ନିଜ ଘରେ ଥିବା ବେଳେ ତାଙ୍କ ଚପଲ ପଡ଼ୋଶୀଙ୍କ ଦୁଆର ମୁହଁରେ ରହି ଯାଇଥିଲା। ଏହାକୁ ନେଇ ପଡ଼ୋଶୀ ପତିପତ୍ନୀ ଅଫସାର ଖାତରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ସେମାନେ ମରଣାତ୍ନକ ଆକ୍ରମଣ ମଧ୍ୟ କରିଥିଲେ।

ଏଥିରେ ଗୁରୁତର ହୋଇ ପଡ଼ିଥିବା ଅଫସାରଙ୍କୁ ପରିବାର ଲୋକେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଅ ଗଭୀର କ୍ଷତ କାରଣରୁ ଅଫସାର ଖାତରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏହାକୁ ଆଧାର କରି ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।  

ଏହାପରେ ପୁଲିସ୍‌ ସମ୍ପୃକ୍ତ ବିଲ୍ଡିଂରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଛନ୍ତି। ଚପଲ ରଖିବାକୁ ନେଇ ପ୍ରାୟତଃ ସବୁ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥାଏ ବୋଲି ପଡ଼ୋଶୀ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bzoLkqQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages