ବିବାହ ଉତ୍ସବରେ ଯୋଗ ଦେବା ନିମନ୍ତେ ଗାଡ଼ିକୁ ଅପେକ୍ଷା କରି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ ଏକ ପରିବାରର ୪ ସଦସ୍ୟ । ସମସ୍ତେ ହସଖୁସିରେ ମାତିଥିବା ବେଳେ ହଠାତ୍ ମାଡ଼ି ଆସିଲା କାଳ। ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପରିବାରର ସମସ୍ତ ୪ ସଦସ୍ୟଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଛି।
ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ଉତ୍ତରପ୍ରଦେଶର ବାରଣାସୀର ସିଂହପୁର ଫ୍ଲାଇଓଭର ନିକଟରେ ଘଟିଛି । ମୃତକଙ୍କ ମଧ୍ୟରେ ପତିପତ୍ନୀ, ସେମାନଙ୍କ ୩ ବର୍ଷ ଓ ୩ ମାସର ୨ ଝିଅ ଅଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍ରେ ଥିବା ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ନିଶାସକ୍ତ ଅବସ୍ଥାରେ ଥିବା ଜଣାଯାଇଛି। ପରିବାରର ୪ ସଦସ୍ୟ ଫ୍ଲାଏଓଭର ନିକଟ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଟି ଆଖି ପିଛୁଳାକେ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ କାର୍ଟି ରାସ୍ତା ତଳକୁ ଖସି ଓଲଟି ପଡ଼ିଥିଲା।
କାର୍ରେ ଥିବା ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ୍ ପହଞ୍ଚତି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।
ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବହୁ ସମୟ ରାସ୍ତା ଅବରୋଧ କରିଥିଲେ। ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/x8I9yMS
No comments:
Post a Comment