ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ପଶିଲା ସିବିଆଇ । ‘ଜମି ବଦଳରେ ଚାକିରି’ ସ୍କାମରେ ପଚରାଉଚରା କରିବା ପାଇଁ ସିବିଆଇ ଟିମ୍ ପାଟନାରେ ପହଞ୍ଚିଥିବା ଜଣାଯାଇଛି। ଚଢ଼ାଉ ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଘରେ ଉପସ୍ଥିତ ଥିବା ଜଣାଯାଇଛି। ସିବିଆଇର ୧୨ ଜଣିଆ ଟିମ୍ ରାବ୍ରି ଦେବୀଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।
ଏଥି ନିମନ୍ତେ ପୂର୍ବରୁ ରାବ୍ରି ଦେବୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା। ମାତ୍ର ପରେ ତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ସିବିଆଇ ଟିମ୍ ପାଟନାସ୍ଥିତ ବାସଭବନରେ ପହଞ୍ଚି ପଚରାଉଚରା କରୁଛି। ଏହି ସମୟରେ ରାବ୍ରି ଦେବୀଙ୍କ ସ୍ୱାମୀ ଲାଲୁ ଯାଦବ, ୨ ପୁଅ ତେଜ ପ୍ରକାଶ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ରାବ୍ରି ଦେବୀଙ୍କ ଓକିଲ ବି ଉପସ୍ଥିତ ଅଛନ୍ତି ।
ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ୨୦୦୪ ମସିହାରୁ ୨୦୦୯ ମସିହା ମଧ୍ୟରେ ‘ଜମି ବଦଳରେ ଚାକିରି’ ସ୍କାମ ହୋଇଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ମେ’ ମାସରେ ଏ ନେଇ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ରେଳ ବିଭାଗରେ ଚାକିରି ପାଇବା ନିମନ୍ତେ ଆଶାୟୀମାନେ ଲାଲୁ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ କିମ୍ବା ଖୁବ୍ କମ୍ ଦରରେ ଜମି ହସ୍ତାନ୍ତର କରିଥିବା ଏଫ୍ଆଇଆରରେ ଅଭିଯୋଗ ହୋଇଥିଲା। ସିବିଆଇ ସମୁଦାୟ ୧୪ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି। ସେମାନଙ୍କ ମଧ୍ୟରେ ଲାଲୁ ଯାଦବ, ରାବ୍ରି ଦେବୀଙ୍କ ସମେତ ତାଙ୍କ ଝିଅ ମିସା ଓ ହେମା ବି ସାମିଲ ଅଛନ୍ତି।
ଲାଲୁ ଯାଦବଙ୍କ ଘନିଷ୍ଠ ସହଯୋଗୀ ଭୋଲା ଯାଦବଙ୍କୁ ଏହି ମାମଲାରେ ସିବିଆଇ ଜୁଲାଇ ୨୦୨୨ରେ ସିବିଆଇ ଗିରଫ କରି ସାରିଛି। ଏହି କାର୍ଯ୍ୟ ବିଜେପି ଦ୍ୱାରା ପ୍ରାୟୋଜିତ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆରଜେଡି ଅଭିଯୋଗ କରିଛି।
ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଲାଲୁ ଯାଦବ, ରାବ୍ରି ଦେବୀଙ୍କ ସମେତ ୧୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଆସନ୍ତା ୧୫ ତାରିଖରେ ହାଜର ହେବାକୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି।
‘ଜମି ବଦଳରେ ଚାକିରି’ ସ୍କାମ କ’ଣ
‘ଜମି ବଦଳରେ ଚାକିରି’ ୧୪ ବର୍ଷ ପୁରୁଣା ସ୍କାମ । ଲାଲୁ ଯାଦବ ୨୦୦୪-୨୦୦୯ ମସିହା ମଧ୍ୟରେ ରେଳ ମନ୍ତ୍ରୀ ଥିବା ବେଳେ ଏହି ଘୋଟାଲା ହୋଇଥିବା ଜଣାଯାଇଛି। ନିଜ ମନ୍ତ୍ରୀ ପଦ କାଳରେ ରେଳବାଇରେ ଭର୍ତ୍ତି କରିବା ନିମନ୍ତେ ଲାଲୁ ତଥା ତାଙ୍କ ପରିବାର ସଦସ୍ୟ ଆଶାୟୀଙ୍କ ନିକଟରୁ ଲାଞ୍ଚ ହିସାବରେ ଜମି ନେଉଥିବା ଅଭିଯୋଗ ହେଉଥିଲା।
ଏପରିକି ପ୍ରଥମେ ଆଶାୟୀମାନଙ୍କୁ ରେଳବାଇରେ ଗ୍ରୁପ ଡିରେ ଭର୍ତ୍ତି କରାଯାଉଥିଲା। ଜମି ଡିଲ୍ ଫାଇନାଲ ହେବା ପରେ ଆଶାୟୀଙ୍କ ଚାକିରି ଫାଇନାଲ ହେଉଥିଲା। ଲାଲୁଙ୍କ ମନ୍ତ୍ରୀତ୍ୱ ସମୟରେ ବିନା ବିଜ୍ଞାପନରେ ବହୁ ଜଣଙ୍କୁ ରେଳବାଇରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ମୁଖ୍ୟତଃ ମୁମ୍ବାଇ, ଜବଲପୁର, କୋଲକତା, ଜବଲପୁର ଓ ହାଜିପୁରରେ ନିଯୁକ୍ତି ମିଳୁଥିଲା।
ଏପରିକି କିଛି ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ରେଳବାଇ ତରଫରୁ ତତ୍ପରତା ପ୍ରକାଶ କରାଯାଇଥିବା ଦେଖିବାକୁ ମିଳିଥିଲା। କିଛି ଯୁବକଙ୍କୁ ମାତ୍ର ୩ ଦିନରେ ରେଳବାଇ ଚାକିରି ମିଳି ଯାଇଥିଲା।
ଲାଲୁ ଓ ତାଙ୍କ ପରିବାର ସଦସ୍ୟ ପ୍ରାୟତଃ ୭ ଜଣଙ୍କୁ ଜମି ବଦଳରେ ଚାକିରି ସ୍କାମରେ ଚାକିରି ଦେଇଥିବା ଜଣାଯାଇଛି। ସେଥିମଧ୍ୟରୁ ସେମାନେ ୫ଟି ଜମି ବିକ୍ରି କରି ସାରିଥିବା ବେଳେ ଏବେବି ୨ ଟି ଜମି ଯାଦବ ଫ୍ୟାମିଲି ପାଖରେ ଥିବା ଜଣାଯାଇଛି।
ଲାଲୁ ଯାଦବ ପରିବାର ପାଟନାରେ ୧.୦୫ ବର୍ଗଫୁଟ ଜାଗା ମାଡ଼ି ବସିଛନ୍ତି। ଯାଦବ ପରିବାର ନଗଦ ଟଙ୍କା ଦେଇ ବହୁ କମ୍ ମୂଲ୍ୟରେ ଏହି ଜମି କିଣିଥିବା ଅଭିଯୋଗ ହୋଇଛି। ସିବିଆଇ ଏହାର ବି ଯାଞ୍ଚ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DX9Wey0
No comments:
Post a Comment