ଦଳ ଛାଡ଼ିଲେ ବିଜେପି ବିଧାୟକ ଗୋପାଳକୃଷ୍ଣ, କଂଗ୍ରେସରେ ମିଶିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 31, 2023

ଦଳ ଛାଡ଼ିଲେ ବିଜେପି ବିଧାୟକ ଗୋପାଳକୃଷ୍ଣ, କଂଗ୍ରେସରେ ମିଶିବେ

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ବଦଳ ରାଜନୀତି ସେତିକି ଜୋର ଧରୁଛି। ପୂର୍ବରୁ ଏକାଧିକ ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ଛାଡ଼ିଥିବା ବେଳେ ଏବେ ବରିଷ୍ଠ ନେତା ଏନୱାଇ ଗୋପାଳକୃଷ୍ଣ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। କୁଡିଲିଗି ଆସନରୁ ବିଜୟୀ ହୋଇଥିବା ବିଜେପି ବିଧାୟକ ଗୋପାଲକୃଷ୍ଣ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର କଂଗ୍ରେସରେ ମିଶିବେ ବୋଲି ଜଣାପଡ଼ିଛି।

ଶୁକ୍ରବାର ସେ କର୍ଣ୍ଣାଟକା ବିଧାନସଭା ବାଚସ୍ପତି ବିଶେଶ୍ୱର ହେଗଡେ କାଗେରିଙ୍କୁ ତାଙ୍କ ଅଫିସରେ ଭେଟିଥିଲେ। ତାଙ୍କ ସହ ଆଲୋଚନା କରିବା ପରେ ସେ ନିଜର ଇସ୍ତଫାପତ୍ର ତାଙ୍କ ନିକଟରେ ଦାଖଲ କରିଥିଲେ।

ଇସ୍ତଫା ଦେବା ପୂର୍ବରୁ ସେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ଭେଟିଥିଲେ। ଉଭୟଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି।

ଗୋପାଳକୃଷ୍ଣ ପୂର୍ବରୁ କଂଗ୍ରେସରେ ଥିଲେ। ସେ ଚିତ୍ରଦୁର୍ଗା ଜିଲ୍ଲାରେ ଥିବା ମୋଲାକାଲମୁରୁ ଆସନରୁ ୧୯୯୭,୧୯୯୯, ୨୦୦୪ ଓ ୨୦୦୮ରେ ବିଜୟୀ ହୋଇଥଲେ। ୨୦୧୮ରେ ତାଙ୍କୁ କଂଗ୍ରେସ ଟିକେଟ ନ ଦେବାକୁ ସେ ଠିକ୍‌ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ।

ଦଳ ତାଙ୍କୁ ମୋଲାକାଲମୁରୁ ବଦଳରେ କୁଡଲିଗି ଆସନରୁ ପ୍ରାର୍ଥୀ କରିଥିଲା। ସେ ଉକ୍ତ ଆସନରେ ଜିତି ବିଧାନସଭାକୁ ଯାଇଥିଲେ। ଏବେ ସେ ବିଜେପି ଛାଡ଼ି ପୁଣି କଂଗ୍ରେସକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହାପୂର୍ବରୁ ବିଜେପିର ୨ ଜଣ ବିଧାନ ପରିଷଦ ସଦସ୍ୟ ଦଳ ଛାଡ଼ି କଂଗ୍ରେସରେ ମିଶିଥିଲେ। ସେହିପରି ମାର୍ଚ୍ଚ ୨୭ରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜେଡିଏସ୍‌ ନେତା ଏସ ଆର ଶ୍ରୀନିବାସ ଗୁରୁବାର କଂଗ୍ରେସ ହାତ ଧରିଥିଲେ। ଆଗକୁ ମଧ୍ୟ ଅନେକ ବରିଷ୍ଠ ରାଜନେତା ନିଜ ନିଜର ଦଳ ଛାଡ଼ି କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Vw4LSBs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages