ହୋଲି ନିମନ୍ତେ ଘରମୁହାଁ ଥିଲେ ୨ ବାଇକ୍‌ ଆରୋହୀ; ମୁହାଁମୁହିଁ ଧକ୍କା ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 7, 2023

ହୋଲି ନିମନ୍ତେ ଘରମୁହାଁ ଥିଲେ ୨ ବାଇକ୍‌ ଆରୋହୀ; ମୁହାଁମୁହିଁ ଧକ୍କା ହେଲା

ହୋଲି ନିମନ୍ତେ ଘରମୁହାଁ ଥିଲେ ୨ ବାଇକ୍‌ ଆରୋହୀ। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ମୁହାଁମୁହିଁ ପିଟି ହୋଇ ଗୁରୁତର ହୋଇ ହେଲେ ୨ ବାଇକ୍‌ ଆରୋହୀ। ଏପରି ଦୁର୍ଘଟଣା ଗତକାଲି ରାତିରେ ରାୟଗଡ଼ା ଜିଲ୍ଲା ସଦର ବ୍ଲକର ଶିରିଗୁଡ଼ା ଗାଁ ନିକଟରେ ଘଟିଛି।

ଉଭୟ ବାଇକ୍‌ ଚାଳକଙ୍କୁ ଗୁରୁତର ଅବସ୍ଥାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଦ୍ୱୟ ହେଲେ ରାୟଗଡା ସହର ଗାୟତ୍ରୀ ନଗର ବାସିନ୍ଦା ପ୍ରଦୀପ କୁମାର ବେହେରା ଓ ଟିକିରି ଥାନା ଅନ୍ତର୍ଗତ ଇର୍ପିପୁଟ ଗାଁର ସଞ୍ଜୀବ ମାଝି ।

ଆଜି ହୋଲି ଥିବାରୁ ଗତକାଲି ଡ୍ୟୁଟି ସାରି ଘରମୁହାଁ ହୋଇଥିଲେ ଉଭୟ ପ୍ରଦୀପ ବେହେରା ଓ ସଞ୍ଜୀବ ମାଝି । ପ୍ରଦୀପ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରୁରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଟିକିରି ଥାନା ଅନ୍ତର୍ଗତ ଇର୍ପିପୁଟ ଗାଁର ସଞ୍ଜୀବ ମାଝି ନିଜ କାମ ସାରି ଘରକୁ ଫେରୁଥିଲେ । ଶିରିଗୁଡ଼ା ଗାଁ ତାରିଣୀ ମନ୍ଦିର ନିକଟରେ ଉଭୟଙ୍କ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଯାଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Mk60YaO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages