ବିଡିଓଙ୍କ ବଦଳି ଦାବିରେ କୋଇଡ଼ା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 20, 2023

ବିଡିଓଙ୍କ ବଦଳି ଦାବିରେ କୋଇଡ଼ା ବନ୍ଦ

ଥମିବାର ନାଁ ଧରୁନି କୋଇଡା ବିଡ଼ିଓଙ୍କ ବଦଳି ଦାବି । ବିଧାନସଭାଠାରୁ ଆରମ୍ଭ କରି କୋଇଡା ବ୍ଲକ ଯାଏ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ଜୋର ଧରିଛି । ଏହାସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବିଡ଼ିଓଙ୍କ ବଦଳି ଦାବିରେ ଆଜି ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କୋଇଡା ବନ୍ଦର ଡାକରା ଦେଇଛି ସିପିଆଇଏମ୍ ।

ଏହି ବନ୍ଦ ପ୍ରଭାବରେ କୋଇଡା ଅଞ୍ଚଳର ସମସ୍ତ ଖଣିରୁ ପରିବହନ ବନ୍ଦ ରହିଛି। ଏହାବାଦ ବ୍ଲକ କାର୍ଯ୍ୟଳୟ, ତହସିଲ କାର୍ଯ୍ୟାଳୟ, ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଜାତୀୟ ରାଜପଥ ବନ୍ଦ ରଖିବାକୁ ଡାକରା ଦେଇଛି ସିପିଆଇଏମ୍ । ହେଲେ ବନ୍ଦ ସମୟରେ ଜରୁରୀକାଳୀନ ସେବା ସହିତ ସ୍କୁଲ କଲେଜ ଏବଂ ସମସ୍ତ ଶିକ୍ଷା ଅନୁଷ୍ଠାନ ବସ୍‌ ଚଳାଚଳ ଜାରି ରହିବ ବୋଲି ସୂଚନା ମିଳିଛି।

ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଆଠ ଦିନ ହେଲା ବିକ୍ଷୋଭକାରୀଙ୍କ ବିକ୍ଷୋଭ ଜାରି ରହିଛି । ଏହାସତ୍ତ୍ୱେ ପ୍ରଶାସନ କୌଣସି ନିଷ୍ପତ୍ତି ନ ନେବାରୁ ଆନ୍ଦୋଳନ ତେଜିବାରେ ଲାଗିଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ବିଡିଓ ଭାବେ ପଲ୍ଲବୀ ରାଣୀ ରାଜ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟରତ ଅଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରି ନ ଥିବା ଅଭିଯୋଗ ହୋଇଛି। ବିଡ଼ିଓଙ୍କ ନାମରେ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଡିଓ ୩ ବର୍ଷ ହେଲା କୋଇଡ଼ାରେ ଥିବା ବେଳେ ୧୫ଟି ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ବିଡିଓ ୧୫ଟି ପଞ୍ଚାୟତରେ କାମର ବିଲ ପଇଠ ନ କରିବା ଓ ବିଭିନ୍ନ ପ୍ରକଳ୍ପଗୁଡିକ ମଞ୍ଜୁରୀ କରାଇ ନଦେବା ଫଳରେ କୋଟି କୋଟି ଟଙ୍କା ସରକାରୀ ତାହାବିଲରେ ପଡିରହିଛି ।

ଏମିତିକି ବିଡିଓ ସରକାରୀ ଦଳ ସହିତ ମିଶି ବ୍ଳକରେ ରାଜନୀତି କରିବା ସହ ନିଜ ଭାଇ ଏବଂ ମା’ଙ୍କ ନାମରେ ବ୍ଲକରେ ଠିକା ସଂସ୍ଥା ଚଳାଇବା ଓ ତଳତଳିଆ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ଆଣିଛନ୍ତି ବିଧାୟକ । ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସରପଞ୍ଚମାନଙ୍କୁ ସେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ତେଣୁ ବିଡିଓଙ୍କ ବଦଳି ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି।

ରିପୋର୍ଟ- କୋଇଡ଼ାରୁ ସୁନୀଲ କୁମାର ପଣ୍ଡା



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NwRTdOH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages