ଆଲୋଚନାକୁ ଡାକି ନାଲି ଆଖି ଦେଖାଇଲେ ଉପଜିଲ୍ଲାପାଳ, କହିଲେ-ତୁମକୁ ଦେଖିନେବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 20, 2023

ଆଲୋଚନାକୁ ଡାକି ନାଲି ଆଖି ଦେଖାଇଲେ ଉପଜିଲ୍ଲାପାଳ, କହିଲେ-ତୁମକୁ ଦେଖିନେବି

ସାଧାରଣ ଲୋକଙ୍କୁ ନିଜ ଗାଦିର ପାୱାର ଦେଖାଇଲେ ଉପଜିଲ୍ଲାପାଳ । ଠେଲାପେଲା କରିବା ସହ ଧମକଚମକ ବି ଦେଲେ। ନାଲି ଆଖି ଦେଖାଇ ତୁମ ପରି ଲୋକଙ୍କୁ ଦେଖିନେବି ବୋଲି ବି ଖୁଲମଖୁଲା କହିଲେ। ଜଣେ ପ୍ରଶାସନିକ ଅଧିକାରୀ ହୋଇ ସର୍ବସମ୍ମୁଖରେ ଏପରି ସାଧାରଣ ଲୋକଙ୍କୁ ନିଜ ପଦର ପାୱାର ଦେଖାଇଛନ୍ତି ବୌଦ୍ଧ ଜିଲ୍ଲା ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କଅଁର । ଉପଜିଲ୍ଲାପାଳଙ୍କ ଏପରି କାର୍ଯ୍ୟରେ ଅପମାନିତ ବୋଧ କରିଥିବା ସ୍ଥାନୀୟ ଲୋକେ ନ୍ୟାୟ ପାଇଁ ମାନବାଧିକାର କମିଶନରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ବୌଦ୍ଧ ଜିଲ୍ଲା ମନମୁଣ୍ଡ ବିଛିନାପାଟି ରେଲୱେ ଓଭର୍ ବ୍ରିଜ୍ ନିର୍ମାଣ ନିମନ୍ତେ ୫ ଖଣ୍ଡ ପଞ୍ଚାୟତବାସୀ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ଏହା ପ୍ରତିବାଦରେ ସେମାନେ ଗତକାଲି ବନ୍ଦ ଡାକରା ଦେଇଥିଲେ। ମାତ୍ର ଘଟଣାର ସମାଧାନ ପାଇଁ ଗତକାଲି ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଏହା ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ କହିଥିଲେ ଜିଲ୍ଲାପାଳ।

Tension Situationଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଆଲୋଚନା ପାଇଁ ଆସିଥିବା ସାଧାରଣ ଲୋକଙ୍କ ସହ ଉଚ୍ଚବାଚ କରୁଛନ୍ତି।

ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବି ଯୋଗ ଦେଇଥିଲେ। ବୈଠକରେ କୌଣସି ମିମାଂସା ହୋଇ ପାରି ନ ଥିବା ବେଳେ ସ୍ଥାନୀୟ ଲୋକେ ଉଠି ପଳାଇ ଆସୁଥିଲେ। ଉକ୍ତ ସମୟରେ ଏକ ଖାତାରେ ଦସ୍ତଖତ ଦେବାକୁ ଉପଜିଲ୍ଲାପାଳ କହିବାରୁ ସେମାନେ ଚିହିଙ୍କି ଉଠିଥିଲେ। ଏପରିକି ଆମେ ଦସ୍ତଖତ କରିବୁନି, ତୁମେ ଲାଞ୍ଚ ଖାଇ କଥା ବଦଳାଇ ଦେଉଛ ବୋଲି ଅଭିଯୋଗ କରିଥିଲେ।

ଫଳରେ ଘଟଣାର ସମାଧାନ ପାଇଁ ଯାଇଥିବା ସରପଞ୍ଚ, ସରପଞ୍ଚଙ୍କ ପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହ ଉପଜିଲ୍ଲାପାଳଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଉପଜିଲ୍ଲାପାଳ ସରପଞ୍ଚଙ୍କ ପ୍ରତିନିଧି ରମେଶ ପ୍ରସାଦ ମିଶ୍ରଙ୍କୁ ଧମକ ଦେବା ସହ ତୁମକୁ ଦେଖିନେବି ବୋଲି କହିଥିଲେ। କେବଳ ସେତିକି ନୁହେଁ, ତୁମେ ମୋତେ ଚିହ୍ନିନ, ମୋ’ ପାୱାର କେତେ ଜାଣିନ ବୋଲି ବି ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଧମକ ଦେଇଥିଲେ।

ଉପଜିଲ୍ଲାପାଳଙ୍କ ଏପରି ଆଚରଣ ପ୍ରତିବାଦରେ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବୁ। ଏପରିକି ଆମେ ନ୍ୟାୟ ପାଇଁ ଗଭର୍ଣ୍ଣର, ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବୁ, ହାଇକୋର୍ଟ ଯିବୁ ବୋଲି ବି କହିଛନ୍ତି ।

ଅପରପକ୍ଷେ, ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉପଜିଲ୍ଲାପାଳ । ଲୋକେମାନେ ଆଣୁଥିବା ଅଭିଯୋଗର କିଛି ପ୍ରମାଣ ନାହିଁ ବୋଲି ସେମାନେ କହିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eM2ubnd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages