କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୧୨୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ବରୁଣା ଆସନରୁ ଲଢ଼ିବା ପାଇଁ ଟିକେଟ ମିଳିଛି । ତାଲିକା ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡି.କେ ଶିବକୁମାର ତାଙ୍କ କନକପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଦଳର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କୁ କୋରାଟାଗେର (ଏସସି) ନିର୍ବାଚନମଣ୍ଡଳୀରୁ ସିଟ୍ ମିଳିଛି। ଗତ ମାର୍ଚ୍ଚ ୧୭ରେ ଦିଲ୍ଲୀରେ ଏକ ବୈଠକ ପରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି । ଏହି ସଭାରେ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ।
କର୍ଣ୍ଣାଟକରେ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା କଂଗ୍ରେସ ହେଉଛି ପ୍ରଥମ ଦଳ। କିନ୍ତୁ ବିଧାନସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯାଇ ନାହିଁ।
ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ମେ ’ପୂର୍ବରୁ ହେବ । ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ମେ’ ମାସ ପୂର୍ବରୁ ନିର୍ବାଚନ ହେବ। ବିଧାନସଭାହରେ ମ୍ୟାଜିକ୍ ନମ୍ବର ହାସଲ କରିବାପାଇଁ ବିଜେପି, କଂଗ୍ରେସ ଏବଂ ଜେଡିଏସ୍ (ଜନତା ଦଳ-ସେକୁଲାର) ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଜାରି ରହିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/N6BjZmI
No comments:
Post a Comment