ବିଲ୍‌କିସ ବାନୋ ମାମଲା, ୨୭ରେ ସୁପ୍ରିମକୋର୍ଟରେ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 24, 2023

ବିଲ୍‌କିସ ବାନୋ ମାମଲା, ୨୭ରେ ସୁପ୍ରିମକୋର୍ଟରେ ଶୁଣାଣି

୨୦୦୨ ଗୁଜରାଟ ଦଙ୍ଗା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ବିଲ୍‌କିସ ବାନୋଙ୍କ ମାମଲା ଆସନ୍ତା ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦିଆଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଦାଏର ହୋଇଥିଲା। ଆସନ୍ତା ୨୭ ତାରିଖରେ ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏଥିପାଇଁ ଜଷ୍ଟିସ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ନୂଆ ଖଣ୍ଡପୀଠ ଗଠନ କରାଯାଇଛି। ୧୧ ଜଣଙ୍କୁ କ୍ଷମା ନିଷ୍ପତ୍ତି ବିରୋଧରେ ବିଭିନ୍ନ ଦଳ ଓ ନାଗରିକ ଅଧିକାର କର୍ମୀ ପିଟିଶନ ଦାଏର କରିଥିବାବେଳେ ବିଲ୍‌କିସ୍‌ଙ୍କ ପକ୍ଷରୁ ରିଟ୍‌ ପିଟିଶନ ଦାଏର ହୋଇଥିଲା। ଏହାର ଜରୁରୀ ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କରିବାକୁ ଗତ ୨୨ ତାରିଖରେ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ ରାଜି ହୋଇଥିଲେ।

ଆବେଦନ ଗୁଡ଼ିକର ଶୁଣାଣି ପାଇଁ ଜାନୁୟାରୀ ୪ରେ ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଖଣ୍ଡପୀଠ ଗଠିତ ହୋଇଥିଲା। ତେବେ ଜଷ୍ଟିସ୍‌ ତ୍ରିବେଦୀ କୌଣସି କାରଣ ନ ଦର୍ଶାଇ ଶୁଣାଣିରୁ ଓହରିଯିବା ପରେ ନୂଆ ଖଣ୍ଡପୀଠ ଗଠନ ଆବଶ୍ୟକ ହୋଇପଡ଼ିଥିଲା। ଏହି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ୧୧ ଅପରାଧୀଙ୍କୁ ଗତବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର କ୍ଷମା ପ୍ରଦାନ କରି ସେମାନଙ୍କୁ ଜେଲରୁ ମୁକ୍ତ କରିଦେଇଥିଲେ। ନଭେମ୍ବର ୩୦ରେ ବାନୋ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ବ୍ୟତୀତ ୨୦୨୨ ମେ’ ୧୩ରେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟର ସମୀକ୍ଷା ଲାଗି ବିଲ୍‌କିସ୍‌ ଅନ୍ୟ ଏକ ପିଟିଶନରେ ନିବେଦନ କରିଥିଲେ।

ସୂଚନା ଯୋଗ୍ୟ ଯେ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ଅହମ୍ମଦାବାଦ ରୁ ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/i7VmYpu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages