ବିଡ଼ିଓ ଥିବା ଝିଅକୁ ମାଡ଼ ମାରି ବନ୍ଧା ହେଲେ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 29, 2023

ବିଡ଼ିଓ ଥିବା ଝିଅକୁ ମାଡ଼ ମାରି ବନ୍ଧା ହେଲେ ବାପା

ସବୁବେଳେ ବିବାଦ ଘେରରେ ଥିବା କୋଇଡ଼ା ବିଡ଼ିଓ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ବାପା ରମେଶ ଚନ୍ଦ୍ର ରାଜ ଓ ଭାଇ ସଂଗ୍ରାମ କୁମାରଙ୍କ ନାଁରେ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ। ଏନେଇ ବାପା ଓ ଭାଇଙ୍କ ନାଁରେ କୋଇଡ଼ା ଥାନାରେ ଏତଲା ଦେଇଛନ୍ତିା ପୁଲିସ ଏହି ଘଟଣାରେ ବିଡିଓଙ୍କ ବାପାଙ୍କୁ ଗିରଫ କରିଥିବାବେଳେ ଭାଇ ଫେରାର ଥିବା ଜଣାଯାଇଛି। ବାପାଭାଇଙ୍କ ମାଡ଼ରେ ଆହତ ହୋଇଥିବା ବିଡ଼ିଓ ଏବେ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି।

ଅଭିଯୋଗ ଅନୁସାରେ, କୋଇଡାରେ ବିଡିଓ ଥିବା ପଲ୍ଲବୀଙ୍କ ଭାଇ ଠିକାଦାର ଭାବେ କାମ କରନ୍ତି। ଗତକାଲି ପଲ୍ଲୀଙ୍କ ସରକାରୀ ବାସଭବନକୁ ତାଙ୍କ ବାପା ଓ ଭାଇ ଯାଇଥିଲେ। ସେଠାରେ କିଛି ବକେୟା ବିଲ ପାସ୍ କରିବାକୁ ନେଇ ବାପା ଓ ଭାଇ ସହିତ ତାଙ୍କର ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ଭାଇ ଓ ବାପା ମାଡ଼ ମାରିଥିଲେ। ପଲ୍ଲବୀଙ୍କ ଚିତ୍କାର ଶୁଣି ପାଖ କ୍ୱାର୍ଟର୍ସରେ ରହୁଥିବା ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ଘଟଣାସ୍ଥଳରେ ସହାୟତା ନିମନ୍ତେ ପହଞ୍ଚି ଥିଲେ। ଆକ୍ରମଣକୁ ବିରୋଧ କରିବାରୁ ପଲ୍ଲବୀଙ୍କ ବାପା ଓ ଭାଇ ଏହି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ମଧ୍ୟ ମାଡ଼ ମାରିଥିଲେ। ସେ ମଧ୍ୟ ଗୁରତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ମଧ୍ୟ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି।

ଏନେଇ ପଲ୍ଲବୀଙ୍କ ବାପା ଓ ଭାଇଙ୍କ ପ୍ରତିକ୍ରିୟା ମିଳିପାରିନିା

ତେବେ କୋଇଡା ବିଡିଓଙ୍କୁ ନେଇ ବିବାଦ ନୂଆ କଥା ନୁହେଁ। ବିଭିନ୍ନ ଅଭିଯୋଗ ନେଇ କୋଇଡା ବ୍ଲକରୁ ଆରମ୍ଭ କରି ବିଧାନସଭା ଯାଏ ତାଙ୍କ ବଦଳି ଦାବି ହେଉଥିବା ଘଟଣା ଚର୍ଚ୍ଚାରେ ରହି ଆସିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0qUvaPB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages