ଫୁଟିଲା ପଡ଼ୋଶୀଙ୍କ ବନ୍ଧୁକ, ଟଳି ପଡ଼ିଲେ ବୃଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 29, 2023

ଫୁଟିଲା ପଡ଼ୋଶୀଙ୍କ ବନ୍ଧୁକ, ଟଳି ପଡ଼ିଲେ ବୃଦ୍ଧା

ଅସବାଧାନତା ହେତୁ ଫୁଟିଲା ବନ୍ଧୁକ, ଟଳି ପଡ଼ିଲେ ବୃଦ୍ଧା। ଏପରି ଅସ୍ୱାଭାବିକ ଘଟଣା ଗତକାଲି କୋରାପୁଟ ଜିଲ୍ଲା ପୋଟାଙ୍ଗି ଥାନା ନୂଆଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମଞ୍ଜୁଳି ଜାନୀ । ବୋଇ କମୁଲୁ ନାମକ ଜଣେ ବ୍ୟକ୍ତିଙ୍କ ଦେଶୀ ବନ୍ଧୁକରୁ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି।

ବୋଇ କମୁଲ କିଛି ଦିନ ହେବ ନିଜ ବନ୍ଧୁକ ପଡ଼ୋଶୀ ମଞ୍ଜୁଳିଙ୍କ ଘରେ ରଖିଥିଲେ । ଆଗକୁ ଚୈତ୍ର ମାସରେ ଆଦିବାସୀମାନେ ନିଜ ଅସ୍ତ୍ର ପୂଜା କରି ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଯାଇଥାନ୍ତି। ତେଣୁ  ବୋଇ କମଲ ନିଜ ବନ୍ଧୁକ ପୂଜା କରିବା ନିମନ୍ତେ ମଞ୍ଜୁଳିଙ୍କ ଘରୁ ବାହାର କରୁଥିଲେ। ବନ୍ଧୁକ ଆଣିବା ସମୟରେ ଏହି ଅଘଟଣ ଘଟିଛି। 

 ବନ୍ଧୁକର ଟ୍ରିଗର ଉପରେ ବୋଇ କମୁଲଙ୍କ ହାତ ବାଜି ଯିବାରୁ ହଠାତ ଗୁଳି ଫୁଟିଥିଲା। ତାହା ମଞ୍ଜୁଳିଙ୍କ ଦେହରେ ବାଜିବାରୁ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ କୋରାପୁଟ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମଞ୍ଜୁଳିଙ୍କ ପୁଅଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଗତକାଲି ବୋଇ କମୁଲଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ।  

ଏହି ଘଟଣାରେ ପୁଲିସ କମୁଲୁଙ୍କୁ ଅଟକ ରଖି ତନାଘନା ଚଳାଇଛି।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/J4Dyqxg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages