ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା; ଚାକିରିରୁ ତଡା ଖାଇଲେ ଲାଞ୍ଚୁଆ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 29, 2023

ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା; ଚାକିରିରୁ ତଡା ଖାଇଲେ ଲାଞ୍ଚୁଆ ଡାକ୍ତର

ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା। ଶେଷରେ ଚାକିରିରୁ ତଡା ଖାଇଲେ ଲାଞ୍ଚୁଆ ଡାକ୍ତର ସର୍ଜରୀ ବିଶେଷଜ୍ଞ ଡା. ଗଣପତି ପ୍ରଧାନ । କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ସର୍ଜରୀ ବିଶେଷଜ୍ଞ ଡା. ଗଣପତି ପ୍ରଧାନଙ୍କୁ ଚାକିରିରୁ ବିଦା କଲା କେନ୍ଦୁଝର ସ୍ୱାସ୍ଥ୍ୟ ବିଭାଗ।

ସୂଚନା ଅନୁଯାୟୀ, ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମ୍ନୀ ବୃଦ୍ଧାଙ୍କ ଶବ ବ୍ୟବଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର ଗଣପତି ପ୍ରଧାନ ଗତ ୧୮ ତାରିଖରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ରିପୋର୍ଟ ପାଇବା ପାଇଁ ବୃଦ୍ଧାଙ୍କ ନାତି ଡାକ୍ତରଙ୍କୁ ଲାଞ୍ଚ ଦେବାକୁ ବାଧ୍ୟ ହୋଇଥିଲେ। ମାତ୍ର ସେ ଏହାର ଭିଡିଓ କରି ଭାଇରଲ କରିଥିଲେ।

ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଂପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

ଗତ ମଙ୍ଗଳବାର ଡାକ୍ତର ଗଣପତି ପ୍ରଧାନ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଥିଲେ। ମାତ୍ର ଡାକ୍ତରଙ୍କ ଉତ୍ତର ସନ୍ତୋଷଜନକ ହୋଇନଥିଲା । ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି। ହେଲେ ସରକାରୀ କଟକଣା ଥିବାରୁ କ୍ୟମେରା ସମ୍ମୁଖ ରେ କିଛି କହିବାକୁ ମନା କରିଛନ୍ତି ।

ସୂଚନାଯୋଗ୍ୟ, ଡାକ୍ତର ଗଣପତି ପ୍ରଧାନ ତେଲକୋଇରେ ୨୦୧୯ ମସିହାରୁ ନିଯୁକ୍ତି ପାଇଥିଲେ। ମାତ୍ର ବିଭିନ୍ନ ସମୟରେ ସେ ଦୁର୍ନୀତିରେ ଲିପ୍ତ ରହୁଥିବା ସହ ରୋଗୀ ସେବାରେ ଅବହେଳା କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଡାକ୍ତର ପ୍ରଧାନ ଚାକିରିରୁ ବିଦା ହେବା ପରେ ଜିଲ୍ଲାର ଅନ୍ୟ ଡାକ୍ତରଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FCQfUgD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages