ବଳଦ ଗାଡ଼ିରେ ବିଦା ହେଲେ କନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 11, 2023

ବଳଦ ଗାଡ଼ିରେ ବିଦା ହେଲେ କନ୍ୟା

ବାହାଘର ପରେ ଶଗଡ଼ରେ ବସି ଶାଶୂଘର ଗଲେ କନ୍ୟା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅଞ୍ଚଳରେ।

ଗତ ୮ ତାରିଖରେ ଏହି ବ୍ଲକର କୁଡୁତାଇ ପଞ୍ଚାୟତ ଅନ୍ତର୍ଗତ ବାଙ୍କତରା ଗାଁର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ରଙ୍କ ବାହାଘର ପାଟରାପଲ୍ଲୀ ଗାଁର ସରିତାଙ୍କ ସହ ସମ୍ପନ୍ନ ହୋଇଛି। ଉଭୟ ମହେନ୍ଦ୍ର ଓ ସରିତା ଗୋଟିଏ ଶ୍ରେଣୀରେ ପଢୁଥିଲେ। ଉଚ୍ଚଶିକ୍ଷା ପରେ ପରେ ଉଭୟେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ଘରଲୋକଙ୍କ ସହମତିରେ ଉଭୟେ ବିବାହ କରିଛନ୍ତି।

Marriageସରିତାଙ୍କ ମଥାରେ ସିନ୍ଦୂର ଦେଉଛନ୍ତି ମହେନ୍ଦ୍ର

ସାଧାରଣତଃ ଆଜିକାଲି ବାହାଘରରେ ଲୋକେ ସାଜସଜାଠୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଆର୍ଥିକ ସ୍ୱଚ୍ଛଳତା ସତ୍ତ୍ୱେ ମହେନ୍ଦ୍ର ଓ ସରିତା ସେମାନଙ୍କ ବାହାଘରକୁ ଟିକେ ନିଆରା ଢଙ୍ଗରେ କରିଛନ୍ତି। ମହେନ୍ଦ୍ର ବାହାଘର ଶୋଭାଯାତ୍ରା ବେଳେ କୌଣସି ଦାମୀ କାର ବ୍ୟବହାର ନ କରି ଘୋଡ଼ାରେ ବସି ମଣ୍ଡପକୁ ଆସିଥିଲେ। ସେହିଭଳି ବାହାଘର ସରିବା ପରେ ସରିତା ବଳଦ ଗାଡ଼ିରେ ବସି ଶାଶୂ ଘରକୁ ଯାଇଥିଲେ। ଏଥିପାଇଁ ବଳଦ ଗାଡ଼ିଟିକୁ ବେଶ୍ ସୁନ୍ଦର ଭାବେ ସଜା ଯାଇଥିଲା।

ମହେନ୍ଦ୍ର ତାଙ୍କ ମା’ଙ୍କ ସ୍ମୃତିକୁ ତାଜା କରିବାକୁ ସରିତାଙ୍କୁ ବଳଦ ଗାଡ଼ିରେ ଘରକୁ ଆଣିବାକୁ ଯୋଜନା କରିଥିଲେ। କାରଣ ମହେନ୍ଦ୍ରଙ୍କ ମା’ ମଧ୍ୟ ବାହାଘର ପରେ ଶଗଡ଼ ଗାଡ଼ିରେ ତାଙ୍କ ଶାଶୂ ଘରକୁ ଆସିଥିଲେ। ଆଉ ମହେନ୍ଦ୍ରଙ୍କ ଇଚ୍ଛାକୁ ସମ୍ମାନ ଦେଇଥିଲେ ସରିତା।

ଏହି ବାହାଘର ଏବେ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zhm2FwU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages