ଶଗଡ଼ରେ ଗଲେ ବରକନିଆ। ବାହାଘର ପରେ ଶଗଡ଼ରେ ବସି ଶାଶୂଘର ଗଲେ କନ୍ୟା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅଞ୍ଚଳରେ। ଗତ ୮ ତାରିଖରେ ଏହି ବ୍ଲକର କୁଡୁତାଇ ପଞ୍ଚାୟତ ଅନ୍ତର୍ଗତ ବାଙ୍କତରା ଗାଁର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ରଙ୍କ ବାହାଘର ପାଟରାପଲ୍ଲୀ ଗାଁର ସରିତାଙ୍କ ସହ ସମ୍ପନ୍ନ ହୋଇଛି। ଉଭୟ ମହେନ୍ଦ୍ର ଓ ସରିତା ଗୋଟିଏ ଶ୍ରେଣୀରେ ପଢୁଥିଲେ। ଉଚ୍ଚଶିକ୍ଷା ପରେ ପରେ ଉଭୟେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ପରିବାର ଲୋକଙ୍କ ସହମତିରେ ସେମାନେ ନିଜ ବାହାଘରକୁ ଟିକେ ନିଆରା ଢଙ୍ଗରେ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/psogZaQ
No comments:
Post a Comment