ମଙ୍ଗଳବାର ପାକିସ୍ତାନରେ ଭୂକମ୍ପ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି। ୬.୬ ତୀବ୍ରତାର ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଆକଳନ କରାଯାଇଛି। ସେହିପରି ଉତ୍ତର ଭାରତରେ ମଧ୍ୟ ଏହି ଭୂକମ୍ପର ବଡ଼ଧରଣର ଝଟକା ଅନୁଭୂତ ହୋଇଛି। ଆମେରିକାର ରାଜ୍ୟ ଭୌଗଳିକ ସର୍ଭେ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଜୁର୍ମ ନିକଟରେ ବୋଲି କୁହାଯାଉଛି। ସେହିପରି ଏହାର ଉତ୍ପତିସ୍ଥଳ ୧୮୦ କିମି ଗଭୀରତା ବୋଲି ଆକଳନ କରାଯାଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ ଗବେଷଣା କେନ୍ଦ୍ର ଅନୁଯାୟୀ ଭୂକମ୍ପର ତୀବ୍ରତା ୬.୬ ରେକର୍ଡ଼ କରାଯାଇଥିବା ବେଳେ ଆଫଗାନସ୍ତାନାର ଫ୍ୟାଜାବାଦର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୩୩ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଏହି ଭୂକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନ। ପାକିସ୍ତାନର ପାଖସୁନଖ୍ୱା ଅଞ୍ଚଳର ଖ୍ୟବେର ,ବିଲାଲ ଫାଇଜିର ପ୍ରାୟ ୧୦୦ ଲୋକେ ଏଥିରେ ଆହତ ହୋଇଛନ୍ତି। ପାକିସ୍ତାନର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୁରୁରୀକାଳୀନ ଆଲର୍ଟ ଜାରି କରରିଛନ୍ତି। ଦିଲ୍ଲୀ ଏନସିଆର ସମେତ ଭୂକମ୍ପର ଝଟକା ଉତ୍ତର ଭାରତକୁ ମଧ୍ୟ ଲାଗିଛି।
ସେହିପରି ଜମ୍ମୁ ଏବଂ କଶ୍ମୀର , ହରିୟାଣା, ପଞ୍ଜାବ, ହିମାଚଳପ୍ରଦେଶ ଏବଂ ରାଜସ୍ଥାନ ଭୂକମ୍ପରେ ଥରି ଉଠିଥିଲା । ଏହି ଘଟଣାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଦିଲ୍ଲୀ ଏନସିଆରରେ ବଡ଼ଧରଣରଣ ଭୂକମ୍ପ ଅନୁଭୂତ ହୋଇଥିବା ଉଲ୍ଲେଖ କରିଛନ୍ତି। ଏଥିସହ ସମସ୍ତେ ସୁସ୍ଥ ଥିବା ସେ ଆଶା କରିଛନ୍ତି। ଉତ୍ତର ଭାରତକୁ ସର୍ବଦା ଭୂକମ୍ପ ବିପଦ ବିଷୟରେ ଉଲ୍ଲେଖ କରି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ପ୍ରାୟ ୧୫୦ କିମି ଗଭୀରରେ ଭୂଗର୍ଭଜନିତ ତ୍ରୁଟି ରହିଛି। ତେଣୁ ଉତ୍ତର ଭାରତରେ ଅଧିକ ଭୂକମ୍ପ ଅନୁଭୂତ ହୁଏ। ଗତକାରଲି ଭୂକମ୍ପ ଯୋଗୁ ଦିଲ୍ଲୀର ଲୋକମାନେ ସୁରକ୍ଷିତ ସ୍ଥାନକୁ ଧାଇଁଥିଲେ। ବହୁ ସମୟଧରି ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6bTKH9d
No comments:
Post a Comment