ରାଞ୍ଚି:ରାମନବମୀ ଉପଲକ୍ଷେ ଝାଡ଼ଖଣ୍ଡର ହଜାରିବାଗରେ ଶୋଭାଯାତ୍ରା ଉପରେ ଲାଗିଥିବା ରୋକକୁ ତୀବ୍ର ବିରୋଧ କରିଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ଗତକାଲି ଝାଡ଼ଖଣ୍ଡ ବିଧାନସଭାରେ ଜୋରଦାର ହଟ୍ଟଗୋଳ ହୋଇଥିଲା। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି କହିଛି ଯେ, ଝାଡ଼ଖଣ୍ଡ ଶାସନ ତାଲିବାନ ଦ୍ୱାରା ପରିଚାଳିତ ହେଉଛି କି ? ବିଧାନସଭା ପ୍ରଶ୍ନଉତ୍ତରରେ ବିଜେପି ବିଧାୟକ ମନୀଶ ଜଇଶ୍ୱାଲ ହଜାରିବାଗରେ ରାମନବମୀ ଶୋଭାଯାତ୍ରା ପାଇଁ ଡିଜେକୁ ଅନୁମତି ପାଇଁ ମଧ୍ୟ ଦାବି କରିଛନ୍ତି। ରାମନବମୀ ଉପଲକ୍ଷେ ଶୋଭାଯାତ୍ରାକୁ ବାରଣ କରାଯାଇଥିବାରୁ ସେ ଏହାର ଜୋରଦାର ବିରୋଧ କରି ହଙ୍ଗାମା କରିଥିବା ବେଳେ ତାଙ୍କ କୁର୍ତ୍ତା ଚିରି ଯାଇଥିଲା। ବିଧାନସଭାରେ ଗର୍ଜନ କରି ସେ କହିଥିଲେ ଯେ, ଆମ ରାଜ୍ୟର ଲୋକେ କଣ ତାଲିବାନ ଦ୍ୱାରା ଶାସିତ ହେଉଛନ୍ତି କି ?
ହଜାରିବାଗରେ ରାମନବମୀ ଶୋଭାଯାତ୍ରା ପାଇଁ ଡିଜେକୁ ଅନୁମତି ଦାବି କରିଥିବା ନୀରିହ ଲୋକାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ସେହିପରି ଅନଶନରେ ବସିଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ, ହଜାରିବାଗରେ ୧୦୪ ବର୍ଷ ଧରି ରାମନବମୀ ଶୋଭାଯାତ୍ରା ଆୟୋଜିତ ହୋଇଆସୁଛି । ରାଜ୍ୟସରକାର ଜାଣିଶୁଣି ଏହି ପୁରାତନ ସଂସ୍କୃତିକୁ ନଷ୍ଟ କରିଦେବାକୁ ବସିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଗୃହରେ ବିଜେପି ବିଧାୟକଭାବେ ଜୟ ଶ୍ରୀରାମ ଏବଂ ଜୟ ହନୁମାନ ନାରା ପକାଇଥିଲେ। ଏହାର ଜବାବରେ ମନ୍ତ୍ରୀ ମିଥିଲେସ ଠାକୁର କହିଛନ୍ତି ଯେ, ଯେଉଁମାନେ ହଜାରିବାଗରେ ଡିଜେ ପାଇଁ ଅନୁମତି ମାଗି ଆନ୍ଦୋଳନ କରୁଛନ୍ତି ସେମାନେ ହେଉଛନ୍ତି ବିଜେପିକର୍ମୀ।
ସେ କହିଛନ୍ତି ଯେ, ଶବ୍ଦର ମାତ୍ରା ତଥା ଏହାର ଡେସିବଲ ଲିମିଟକୁ ନେଇ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଆମେ ସବୁ ର୍ଧମ ତଥା ହିନ୍ଦୁ, ମୁସଲିମ, ଶିଖ ଏବଂ ଖ୍ରଷ୍ଟିଆନଙ୍କୁ ସମ୍ମାନ ଜଣାଉଛୁ। ଆମେ ହେଉଛୁ ରାମଙ୍କର ପ୍ରକୃତ ଭକ୍ତ। ରାମନବମୀ ପାଇଁ ନିକଟରେ ହଜାରିବାଗରେ ହେବାକୁ ଥିବା ବିରାଟ ଶୋଭାଯାତ୍ରା ଉପରେ ସ୍ଥାନୀୟ ପ୍ରଶାସନ କଟକଣା ଲଗାଇଥିଲା। ରାଲିରେ ଉଚ୍ଚ ଶବ୍ଦରେ ମାଇକ୍, ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଏବଂ ଲାଠି ଉପରେ ରୋକ ଲଗାଇଥିଲା ପ୍ରଶାସନ। ଅନ୍ୟ ରାଜ୍ୟଭଳି ଝାଡ଼ଖଣ୍ଡର ହଜାରିବାଗରେ ବର୍ଷ ବର୍ଷ ଧରି ରାମନବମୀ ଶୋଭାଯାତ୍ରା ପାଳନ ହୋଇ ଆସୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hAmeZaE
No comments:
Post a Comment