‘ଛାନିଆ ହୋଇ ଅଧିକ ପେଟ୍ରୋଲ କିଣନି, ଅବସ୍ଥା ଅଣାୟତ୍ତ ହେବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 16, 2023

‘ଛାନିଆ ହୋଇ ଅଧିକ ପେଟ୍ରୋଲ କିଣନି, ଅବସ୍ଥା ଅଣାୟତ୍ତ ହେବ’

ଗତକାଲିଠୁ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ବିଗିଡ଼ିବାକୁ ଲାଗିଲାଣି ବଜାର ସ୍ଥିତି। ଧୀରେ ଧୀରେ ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ ଟାଙ୍କିରୁ ପେଟ୍ରୋଲ, ଡିଜେଲ ଉଭାନ ହେବାକୁ ଲାଗିଲାଣି । ବିଭିନ୍ନ ପମ୍ପରେ ଦେଖିବାକୁ ମିଳିଲାଣି ତେଲର ଅଭାବୀ ବିକ୍ରି। ଏପରିକି ସକାଳୁ ଟାଙ୍କିମୁହାଁ ହୋଇଥିବା ବହୁ ଲୋକ ତେଲ ନ ଥିବାରୁ ନିରାଶ ହୋଇ ଫେରିଛନ୍ତି। ଏପରି ସ୍ଥିତିରେ ଆନ୍ଦୋଳନ ଚାଲୁ ରହିଲେ, ଆଉ କେତେଦିନ ରାସ୍ତାରେ ସ୍ୱାଭାବିକ ଭାବେ ଗାଡ଼ି ଗଡ଼ି ପାରିବ ତାକୁ ନେଇ ଆରମ୍ଭ ହେଲାଣି ପ୍ରଶ୍ନ ।

ଏପରି ଘଡ଼ି ସନ୍ଧି ମୁହୂର୍ତ୍ତରେ ଛାନିଆ ହୋଇ ଅଧିକ ପେଟ୍ରୋଲ କିଣିବାକୁ ବାରଣ କରିଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍। ଏପରି କଲେ ଖୁବ୍‌ ଶୀଘ୍ର ସ୍ଥିତି ଅଣାୟତ୍ତ ହୋଇପାରେ ବୋଲି ବି ସେ ଚେତାବନୀ ଦେଇଛନ୍ତି।

ଗତକାଲିଠୁ ଡ୍ରାଇଭରଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଟାଙ୍କିରେ ପେଟ୍ରୋଲ ପହଞ୍ଚି ପାରୁନି। ଫଳରେ ଭୁବନେଶ୍ୱର, ଜୟପୁର, ବାଲେଶ୍ୱର ଆଦି ସହରରେ ତେଲର ଅଭାବ ପରିଲକ୍ଷିତ ହେଲାଣି। ରାଜଧାନୀ ସମେତ ବିଭିନ୍ନ ସହରର ବହୁ ଟାଙ୍କି ଖାଲି ହୋଇ ସାରିଥିବା ବେଳେ ଲୋକେ ନିରାଶ ହୋଇ ଫେରୁଛନ୍ତି।

ତେବେ ଏଥିଯୋଗୁ ବିଚଳିତ ନ ହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍। ଡିପୋରେ ତେଲ ମହଜୁଦ ରହିଛି କିନ୍ତୁ ଟାଙ୍କର ଆସୁନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସେ କହିଛନ୍ତି।

ଏଥିସହ ସେ କହିଛନ୍ତି, ବୁଧବାର ଆନ୍ଦୋଳନକୁ ନଜରରେ ରଖି ଅଧିକ ମାଲ୍‌ ଷ୍ଟକ ରଖାଯାଇଛି। କେହି ବି ଛାନିଆ ହୋଇ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ କିଣନ୍ତୁ ନାହିଁ। ଯେତେକି ଆବଶ୍ୟକ ସେତିକି କିଣନ୍ତୁ। ଆସନ୍ତା କାଲି ପର୍ଯ୍ୟନ୍ତ ଷ୍ଟକ ଥିବା ବେଳେ ଲୋକେ ଛାନିଆ ହୋଇ ଅଧିକ କିଣିଲେ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଯାଇପାରେ। ଏନେଇ ସରକାର ଡ୍ରାଇଭରଙ୍କ ସହ ଆଲୋଚନା କରି ସମାଧାନ କରିବା ଉଚିତ ବୋଲି ସେ କହିଛନ୍ତି ।

ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ ପେଟ୍ରୋଲ ଟାଙ୍କି ମାଲିକ ବି କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ସରକାର ଖୁବ୍‌ ଶୀଘ୍ର ଏହାର ସମାଧାନ କରିବା ଉଚିତ ବୋଲି ଦାବି ହେଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AGiIgyt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages