ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ମାମଲା। ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର୍ ଧରିଛି। ସବୁ ବିରୋଧୀ ଏକାଠି ହୋଇ ରାହୁଲଙ୍କ ସମର୍ଥନରେ ବାହାରିଛନ୍ତି। ଏହାରି ଭିତରେ ଆମେରିକାର ପରେ ଏବେ ରାହୁଲ ପ୍ରସଙ୍ଗରେ ମୁହଁ ଖୋଲିଛି ଜର୍ମାନୀ।
ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନିର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ଆନ୍ନାଲେନା ବେର୍ବକ୍ କହିଛନ୍ତି, ଭାରତୀୟ ବିରୋଧୀ ରାଜନେତା ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ଦିଆଯାଇଥିବା ରାୟ ଏବଂ ତାଙ୍କ ସଂସଦ ପଦ ରଦ୍ଦ ପ୍ରସଙ୍ଗରେ ଆମେ ଅବଗତ ଅଛୁ। ରାହୁଲ୍ ଏହି ଅଦାଲତ ରାୟକୁ ଚାଲେଞ୍ଜ୍ କରିବା ସ୍ଥିତିରେ ଅଛନ୍ତି। ତା’ପରେ ଯାଇ ଜଣାପଡ଼ିବ ଯେ, ଅଦାଲତଙ୍କର ଏହି ରାୟ କାଏମ ରହିବ କି, ନାହିଁ। ତାଙ୍କ ସାଂସଦ ପଦ ବାତିଲ କରାଯିବାରେ କୌଣସି ଭିତ୍ତି ଅଛି କି, ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ନ୍ୟାୟିକ ମାନଦଣ୍ଡର ସ୍ୱାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ କରାଯିବ ବୋଲି ଜର୍ମାନି ଆଶା କରୁଛି।
ସୂଚନାଯୋଗ୍ୟ, ମୋଦି ସାଙ୍ଗିଆଧାରୀଙ୍କୁ ଚୋର କହିଥିବା ଅଭିଯୋଗରେ ଗତ ଶୁକ୍ରବାର ଦିନ ରାହୁଲ୍ ଗାନ୍ଧୀଙ୍କୁ ସୁରଟର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏଥିସହ କୋର୍ଟ ତାଙ୍କ ଉପରେ ୧୫୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ। ଏହାର ଦିନକ ପରେ ଲୋକସଭା ସଚିବାଳୟ ତାଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। ଏଥିସହ ରାହୁଲଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ମଧ୍ୟ ନୋଟିସ୍ ଜାରି କରିଛି। କେରଳ ୱାୟନାଡ଼ର ଲୋକସଭା ଆସନରୁ ସାଂସଦ ଥିଲେ ରାହୁଲ ଗାନ୍ଧୀ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BMqVQrL
No comments:
Post a Comment