ଖେଳୁଥିବାବେଳେ ୨ ନାବାଳକଙ୍କ ଉପରେ ପଡ଼ିଗଲା ବିଦ୍ୟୁତ ଖୁଣ୍ଟ। ଦୁର୍ଘଟଣାରେ ୨ ପିଲା ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଲେଞ୍ଜାଡିହିରେ। ୨ନାବାଳକଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଦୁଇ ନାବାଳକଙ୍କ ହାତଗୋଡ଼ ଭାଙ୍ଗି ଯାଇଛି।
ଗତକାଲି ସନ୍ଧ୍ୟା ସମୟରେ ଘରପାଖରେ ଥିବା ବିଦ୍ୟୁତ ଖୁଣ୍ଟ ନିକଟରେ ୨ନାବାଳକ ଖେଳୁଥିଲେ। ଏହି ସମୟରେ ମୂଷାପୋଷ କ୍ରସରରୁ ଚିପ୍ସ ବୋଝେଇ କରି ଆସୁଥିବା ଟ୍ରକ୍ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ବିଦ୍ୟୁତ୍ ଖୁଣ୍ଟଟି ତଳେ ପଡ଼ିଯିବା ସହ ପିଲାମାନଙ୍କ ଉପରେ ପଡ଼ି ଯାଇଥିଲା। ପରିବାର ଲୋକେ ପିଲାମାନଙ୍କୁ ଉଦ୍ଧାର କରି ପ୍ରଥମେ ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
ସୌଭାଗ୍ୟବଶଃତ ବିଦ୍ୟୁତ ଖୁଣ୍ଟରେ ଲାଇନ ସଂଯୋଗ ହୋଇ ନଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZdXMEOC
No comments:
Post a Comment