ଟ୍ରାକ୍‌ରେ ବସିଲେ ଗ୍ରାମବାସୀ, ‌ଅଟକିଲା ଟ୍ରେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 28, 2023

ଟ୍ରାକ୍‌ରେ ବସିଲେ ଗ୍ରାମବାସୀ, ‌ଅଟକିଲା ଟ୍ରେନ୍

ଗାଁକୁ ଯିବା ପାଇଁ ରାସ୍ତାରେ ପଡ଼ୁଥିବା ରେଳ ଫାଟକ ବନ୍ଦ କରିଦେବାରୁ ଗ୍ରାମବାସୀଙ୍କ ରେଳ ରୋକ। ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଷ୍ଟେସନ ପାଖ ବେତନଟୀ ବଜାର- ଇନ୍ଦିରା ନଗର ଗାଁ ରାସ୍ତାରେ ଥିବା ରେଳ ଟ୍ରାକ୍‌ରେ ଏହି ରେଳ ରୋକ ହୋଇଛି। ରେଳ ରୋକ ଯୋଗୁ ବାରିପଦା-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌ ଅଟକି ଥିଲା। ରେଳ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ପରେ ଟ୍ରେନ୍ ଛାଡ଼ିଥିଲା। ରେଳ ରୋକ ଯୋଗୁ ୨ ଘଣ୍ଟା ସୁପରଫାଷ୍ଟ ଟ୍ରେନ୍ ଅଟକି ଥିଲା। ଫଳରେ ଯାତ୍ରୀ ଅସନ୍ତୋଷ ପ୍ରକାଶ ପାଇଥିଲା।

ଅଭିଯୋଗ ମୁତାବକ, ବେତନଟୀ ବଜାର-ଇନ୍ଦିରାନଗର ଗାଁ ରାସ୍ତାରେ ରହିଛି ଏହି ଜଗୁଆଳି ବିହୀନ ରେଳ ଫାଟକ। ଇନ୍ଦିରାନଗର ଗାଁକୁ ଯିବାକୁ ହେଲେ ରାସ୍ତାରେ ରେଳ ଲାଇନ ପାର ହେବାକୁ ପଡ଼େ। ଏହି ଜଗୁଆଳି ବିହୀନ ରେଳ ଫାଟକକୁ ରେଳ ବିଭାଗ କିଛି ଦିନ ହେବ ଲୁହା ବାଡ଼ ବସାଇ ବନ୍ଦ କରି ଦେବାରୁ ରାସ୍ତା ଦେଇ ଯାତାୟତ କରି ହେଉନି। ଏନେଇ ଗ୍ରାମବାସୀଙ୍କ ଅଭିଯୋଗ କରିଥିଲେ ହେଁ ରେଳ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିଲେ। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀମାନେ ଉକ୍ତ ସ୍ଥାନର ରେଳ ରୋକ କରିଥିଲେ।

ତୁରନ୍ତ ବନ୍ଦ କରାଯାଇଥିବା ଲୁହା ବାଡ଼କୁ ହଟାଇ ଯାତାୟତ ନିମନ୍ତେ ରାସ୍ତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଲୋକେ ରେଳ ଟ୍ରାକ୍‌ରେ ବସି ରହିବାରୁ ବାରିପଦା-ଭୁବନେଶ୍ୱର ସୁପର୍ ଫାଷ୍ଟ ଟ୍ରେନ ଅଟକି ରହିଥିଲା। ରେଳ ବିଭାଗର କିଛି ଅଧିକାରୀ ଏବଂ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରେନ୍ ଛାଡ଼ିଥିଲା।

ତେବେ ଏନେଇ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

ରିପୋର୍ଟ- ବାରିପଦା ମାନିକ ଲାଲ୍ ପାଣି



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/X1rUuj0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages