ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ଭୋରୁ ଆଫଗାନିସ୍ତାନରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ‘ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ଏନେଇ ସୂଚନା ଦେଇଛି।
ସୂଚନା ମୁତାବକ, ଏହି ଭୂକମ୍ପର କେନ୍ଦ୍ର ସ୍ଥଳ କାବୁଲ୍ ନଗରୀର ପୂର୍ବକୁ ୮୫ କିଲୋମିଟର୍ ଦୂରବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତର ଥିଲା। ତେବେ ଏହି ଭୂମିକମ୍ପ ଯୋଗୁ କେହି ମୃତାହତ କିମ୍ବା କିଛି ଧନସମ୍ପତ୍ତି ନଷ୍ଟ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ମାର୍ଚ୍ଚ ୨୭ ତାରିଖ ଦିନ ମଧ୍ୟ ଆଫଗାନିସ୍ତାନର ତଖାର୍ ପ୍ରଦେଶ ଅନ୍ତର୍ଗତ ଫର୍ଖାର୍ ଜିଲ୍ଲାର ଦକ୍ଷିଣ ଭାଗରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪.୨। ଭୋର୍ ୪.୫୩ରେ ଭୂଗର୍ଭର ୧୨୪.୧ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ କେନ୍ଦ୍ରସ୍ଥଳ ଥିଲା ବୋଲି ‘ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ କରିଥିଲା।
An earthquake with a magnitude of 4.3 on the Richter Scale hit 85km East of Kabul, Afghanistan today at 5:49 am IST: National Centre for Seismology pic.twitter.com/FtN27IlsfY
— ANI (@ANI) March 29, 2023
ସେହିପରି, ମାର୍ଚ୍ଚ ୨୨ ତାରିଖ ଦିନ ଆଫଗାନିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିଯୋଗୁଁ ସମଗ୍ର ଆଫଗାନିସ୍ତାନ ଓ ପାକିସ୍ତାନରେ ଅନ୍ୟୂନ ୧୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପାଖାପାଖି ୨୫୦ଜଣ ବ୍ୟକ୍ତି ଆହତ ହୋଇଥିଲେ। ମାର୍ଚ୍ଚ ୨୧-୨୨ ରାତିରେ ହୋଇଥିବା ଏହି ଭୂମିକମ୍ପର ଝଟ୍କା ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ କମ୍ପନ ହୋଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LPes9FU
No comments:
Post a Comment