ଗିରଫ ହେବେ ଅଭିନେତା KRK, ୱାରେଣ୍ଟ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 17, 2023

ଗିରଫ ହେବେ ଅଭିନେତା KRK, ୱାରେଣ୍ଟ ଜାରି

ବିିବାଦୀୟ ଅଭିନେତା କମାଲ ଆର୍ ଖାନ୍ ତଥା କେଆର୍‌କେଙ୍କ ପୁଣି ବଢ଼ିଲା ଅଡୁଆ। ସର୍ବଦା ନିଜ ବିବାଦୀୟ ବୟାନ ଓ ଟ୍ୱିଟ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା କେଆର୍‌କେ ପୁଣି ଆଇନ ଜାଲରେ ଫସିଛନ୍ତି। ସେ ଗିରଫ ହୋଇପାରନ୍ତି। ତାଙ୍କ ବିରୋଧରେ ଜାରି ହୋଇଛି ୱାରେଣ୍ଟ। ଇନ୍ଦୋରର ଏକ ଅଦାଲତ ଏହି ଗିରଫ ୱାରେଣ୍ଟ ଜାରି କରିଛି।

ଅଭିନେତା ମନୋଜ ବାଜପେୟୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ହାଜର ହୋଇ ନ ଥିବାରୁ ଇନ୍ଦୋର ଜିଲ୍ଲା କୋର୍ଟ କମାଲ ରସିଦ ଖାନ ଓରଫ କେଆର୍‌କେ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ବାସ୍ତବରେ, କେଆର୍‌କେ ମନୋଜ ବାଜପେୟୀଙ୍କୁ ଟ୍ୱିଟରରେ 'ଚାର୍ସି ଏବଂ ଗଞ୍ଜୁଡୁ' ବୋଲି କହିଥିଲା। ବାଜପେୟୀ ଓକିଲ ପରେଶ ଯୋଶୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। 

ଓକିଲଙ୍କ କହିବା ମୁତାବକ, ଜୁଡିସିଆଲ ମାଜିଷ୍ଟ୍ରେଟ ଗୁରୁବାର କେଆର୍‌କେଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ଏବଂ ଆସନ୍ତା ମେ’ ୧୦ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ଦନ ଧାର୍ଯ୍ୟ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ କୋର୍ଟରେ ହାଜର ନହେବା ପାଇଁ ଖାନଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

ସେପଟେ ଅଭିନେତା ମନୋଜ ବାଜପେୟୀ କହିଛନ୍ତି, ଇନ୍ଦୋର ଜିଲ୍ଲା କୋର୍ଟରେ ବିଚାରାଧୀନ ମାନହାନୀ ମାମଲା ବିଷୟରେ କେଆର୍‌କେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି । କିନ୍ତୁ ସେ ଜାଣିଶୁଣି ଏହି ମାମଲାର ଶୁଣାଣି ବିଳମ୍ବ କରିବାକୁ କୋର୍ଟରେ ହାଜର ହେଉନାହାଁନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧ରେ ସଲମାନ ଖାନଙ୍କ ଫିଲ୍ମ 'ରାଧେ' ରିଲିଜ ହେବା ପରେ କେଆର୍‌କେ ଏହି ଫିଲ୍ମ ବିଷୟରେ ନକାରାତ୍ମକ ସମୀକ୍ଷା ଦେଇଥିଲା। ଏହା ପରେ ଦବଙ୍ଗ ଖାନ କେଆର୍‌କେଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ। ଜେଲ୍‌ରୁ ଫେରିବା ପରେ କେଆର୍‌କେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଥିଲେ।

କମାଲ ରସିଦ ଖାନ ଅନେକ ହିନ୍ଦୀ ଏବଂ ଭୋଜପୁରୀ ଫିଲ୍ମରେ କାମ କରିଛନ୍ତି ଏବଂ କିଛି ପ୍ରୋଜେକ୍ଟକୁ ପ୍ରଡ୍ୟୁମ ମଧ୍ୟ କରିଛନ୍ତି। ଏହି ବିବାଦୀୟ ଅଭିନେତା ‘ବିଗ୍ ବସ୍ ୩' ରେ ମଧ୍ୟ ନଜର ଆସିଥିଲେ।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8KeROha

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages