ଜାଲ୍ ଜାତି ପ୍ରମାଣପତ୍ରରେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 17, 2023

ଜାଲ୍ ଜାତି ପ୍ରମାଣପତ୍ରରେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଅଭିଯୋଗ

ଆସନ୍ତା ୩ ତାରିଖରେ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଛି। ତେବେ ବିଜେଡି ପ୍ରାର୍ଥୀ ରାଜୀବ କହାରା ମିଥ୍ୟା ଜାତି ପ୍ରମାଣ ପତ୍ର ଦେଇ ନାମାଙ୍କନ ପତ୍ର ଦାଖଲ କରିଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।

ଏନେଇ ଅତାବିରା ଥାନାରେ ବି ସେମାନେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଦେବା ସମୟରେ ଥାନା ଅଧିକାରୀ ଅଭିଯୋଗ ରଖିବାକୁ ମନା କରିବାରୁ ଥାନା ଅଧିକାରୀ ଙ୍କ ସହ ଉଭୟ ବିଜେପି ଓ କଂଗ୍ରେସର କର୍ମୀ ମାନଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ଜୋର ଧରିଛି ରାଜନୀତି ।

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ସଂରକ୍ଷିତ ସିଟ୍‌ ଅଟେ। ମାତ୍ର ଅନୁସୂଚିତ ଜାତିର ନ ହୋଇ ବି ରାଜୀବ କହଁର ମିଥ୍ୟା ଜାତି ପ୍ରମାଣ ପତ୍ର ଦେଇ ନାମାଙ୍କନ ଭରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ଓ କଂଗ୍ରେସ। ରାଜୀବ କହାରା ଜାଲ ପ୍ରମାଣ ପତ୍ର ଦେଇ ଥିବାର ପ୍ରମାଣ ଦେବା ପରେ ମଧ୍ୟ ନିର୍ବାଚନ ଅଧିକାରୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବଜାୟ ରଖିଛନ୍ତି ବୋଲି ବିରୋଧୀ ଅଭିଯୋଗ ହୋଇଛି।

ଏନେଇ ଅଭିଯୋଗ କରିବାକୁ ସେମାନେ ଅତାବିରା ଥାନା ଯାଇଥିବା ବେଳେ ସେଠାରେ ବି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା କହିଛନ୍ତି। ଏପରିକି ଅଭିଯୋଗ ରଖିବାକୁ ଥାନା ଅଧିକାରୀ ସଫା ସଫା ମନା କରି ଦେଇଥିବା କହିଛନ୍ତି ବିଜେପି ଓ କଂଗ୍ରେସ। ମାତ୍ର ବହୁ ଯୁକ୍ତିତର୍କ ପରେ ପୁଲିସ୍‌ ଏକ ଅଭିଯୋଗପତ୍ର ରେଜିଷ୍ଟ୍ରି କରିଥିବା ଜଣାଯାଇଛି।

ମାତ୍ର ବିରୋଧୀଙ୍କ ଅଭିଯୋଗକୁ ରାଜୀବ କହାରା ଖଣ୍ଡନ କରିଛନ୍ତି। ମୋ ପରିବାର ମୁଢ଼ି ବିକେ, ମାଛ ଧରି କି ବିକ୍ରି କରେ । ତେଣୁ ଆମେ ଅନୁସୂଚିତ ଜାତିର ବୋଲି ସେ କହିଛନ୍ତି। ଏଥିସହ ମୁଁ ଦେଇଥିବା ଜାତି ପ୍ରମାଣପତ୍ର ଭୁଲ ନୁହେଁ ବୋଲି ବି ସେ ସଫେଇ ଦେଇଛନ୍ତି।

ଏନେଇ ନିର୍ବାଚନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sIjY8wU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages