ଆଉ ଫିଲ୍ମ କରିବେନି ଜୁନିଅର୍ NTR! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 21, 2023

ଆଉ ଫିଲ୍ମ କରିବେନି ଜୁନିଅର୍ NTR!

ସାଉଥ ସୁପରଷ୍ଟାର୍ ତଥା ଆର୍‌ଆର୍‌ଆର୍ ଷ୍ଟାରୁ ଜୁନିଅର ଏନ୍‌ଟିଆର୍। ସେ ଆଉ ଫିଲ୍ମ କରିବେନି। ଫିଲ୍ମରେ କାମ କରିବା ଛାଡିଦେବେ। ଏକଥା ଆମେ କହୁନୁ ସେ ଖୋଦ୍ କହିଛନ୍ତି। ଏଭଳି କିଛି କହି ସେ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି ବଡ଼ ଝଟ୍‌କା। 

ପ୍ରକୃତରେ ତାଙ୍କ ଅପ୍‌କମିଂ ଫିଲ୍ମ ଏନ୍‌ଟିଆର୍‌-୩୦କୁ ନେଇ ସେ ଲାଇମ ଲାଇଟ୍‌ରେ ଅଛନ୍ତି। କେବଳ ସେତିକି ନୁହେଁ ନିକରେ ଫିଲ୍ମ ଆର୍‌ଆର୍‌ଆର୍ ଓସ୍କାର ଜିତିବା ପରେ ତାଙ୍କର ଚାରିଆଡେ ପ୍ରଶଂସା ଚାଲିଛି। ଲଗାତର ଏହି ଫିଲ୍ମର ଷ୍ଟାର୍‌ମାନେ ଇଣ୍ଟରଭ୍ୟୁ ଓ ଟକ୍ ଶୋ’ରେ ବ୍ୟସ୍ତ ଅଛନ୍ତି। 

ନିକଟରେ ଜୁନିଅର୍ ଏନ୍‌ଟିଆର୍ ମଧ୍ୟ ଏକ ଇଣ୍ଟରଭ୍ୟୁରେ ଯୋଗ ଦେଇଥିଲେ। ଏଥିରେ ଫ୍ୟାନ୍‌ମାନେ ତାଙ୍କୁ ତାଙ୍କ ଅପ୍‌କମିଂ ଫିଲ୍ମ ବିଷୟରେ ବାରମ୍ବାର ପଚାରିଥିଲେ। ସେ ଏହାର ଉତ୍ତର କହିଥିଲେ, ମୁଁ କୌଣସି ଫିଲ୍ମ କରୁନାହିଁ। ଯଦି ଆପଣମାନେ ଏଭଳି ବାରମ୍ବାର ପଚାରିବେ ତେବେ ମୁଁ ଫିଲ୍ମ କରିବା ବନ୍ଦ କରିଦେବି। ଏହା ଶୁଣି ଚକିତ ହୋଇପଡିଥିଲେ ତାଙ୍କ ଫ୍ୟାନ୍‌ମାନେ। ତେବେ ସେ ଏଭଳି ଥଟ୍ଟାରେ କହୁଥିବା କହିଥିଲେ।

ପରେ ଜୁନିଅର୍ ଏନ୍‌ଟିଆର୍ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, ମୁଁ ଥଟ୍ଟା କରୁଛି। ଫିଲ୍ମରେ କାମ କରିବା ବନ୍ଦ କରିବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ଆଗକୁ ମଧ୍ୟ ସେ ଫିଲ୍ମ କରିବା ଜାରି ରଖିବେ ବୋଲି କହିଥିଲେ।

ଜୁନିଅର୍ ଏନ୍‌ଟିଆର୍ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଏନ୍‌ଟିଆର୍‌-୩୦’ ପାଇଁ ବ୍ୟସ୍ତ ଅଛନ୍ତି। ଆସନ୍ତା ମାର୍ଚ୍ଚ ୨୩ରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ। ଏହାକୁ କୋରାତାଲା ଶିବ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଜୁନିଅର୍ ଏନ୍‌ଟିଆର୍ ଥିବା ବେଳେ ପ୍ରଥମ କରି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଅପଜିଟ୍‌ରେ ନଜର ଆସିବେ। ଜାହ୍ନବୀଙ୍କ ଏହା ହେବ ସାଉଥ ଡେବ୍ୟୁ ଫିଲ୍ମ। ଏହାପରେ ଜୁନିଅର୍ ଏନ୍‌ଟିଆର୍ କେଜିଏଫ୍ ଫେମ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହ କାମ କରିବେ ବୋଲି ଚର୍ଚ୍ଚା ହେଉଛି।     

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/c5kyF3C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages