ବାଦୁଡ଼ିଙ୍କ ଠିକଣା ପାଲଟିଛି ଲାଞ୍ଜିମାର ଗାଁ, ପଶି ପାରୁ ନାହାନ୍ତି ଶିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 21, 2023

ବାଦୁଡ଼ିଙ୍କ ଠିକଣା ପାଲଟିଛି ଲାଞ୍ଜିମାର ଗାଁ, ପଶି ପାରୁ ନାହାନ୍ତି ଶିକାରୀ

ସ୍ୱାର୍ଥପର ମଣିଷ ନିଜ ସ୍ୱାର୍ଥ ପାଇଁ ବହୁ ନିରୀହ ପଶୁପକ୍ଷୀଙ୍କୁ ହତ୍ୟା କରିବାକୁ ପଛାଉ ନାହିଁ । ଫଳରେ ବହୁ ଜୀବଜନ୍ତୁ ଏବେ ବିଲୁପ୍ତ ହେବାକୁ ବସିଲେଣି। ସେମାନଙ୍କ ମଧ୍ୟରେ ବାଦୁଡ଼ି ବି ଅନ୍ୟତମ । ହେଲେ ବାଦୁଡ଼ିଙ୍କୁ ସୁରକ୍ଷା ଦେବାକୁ ତଥା ସେମାନଙ୍କ ବଂଶବୃଦ୍ଧି କରିବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆପଡା ଜିଲ୍ଲା ସଦର ରେଞ୍ଜ ଆମାନାରା ସେକସନର ଲାଞ୍ଜିମାର ଗ୍ରାମବାସୀ। ଗାଁ ଲୋକଙ୍କ ଭୟରେ ଗାଁକୁ କୌଣସି ବାଦୁଡି ଶିକାରୀ ପଶି ପାରୁ ନାହାନ୍ତି।

ଲାଞ୍ଜିମାର ଗାଁ ମୁଣ୍ଡରେ ଥିବା ବଡ଼ ବଡ଼ ଗଛରେ ବସା ବାନ୍ଧିଛନ୍ତି ଶହ ଶହ ବାଦୁଡ଼ି। ବର୍ଷ ବର୍ଷ ଧରି ବାଦୁଡିମାନେ ଏଠାରେ ନିର୍ଭୟରେ ରହି ଆସୁଥିବା ବେଳେ ସେମାନଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ସେମାନଙ୍କ ସୁରକ୍ଷା କବଜ ପାଲଟିଛନ୍ତି ଲାଞ୍ଜିମାର ଗ୍ରାମବାସୀ।

ଗ୍ରାମବାସୀ ବାଦୁଡିକୁ ଗାଁର ଦେବୀ ଭାବେ ମାନନ୍ତି। ତେଣୁ ସେମାନେ ଦିନ ରାତି ବାଦୁଡିଙ୍କୁ ସୁରକ୍ଷା ଯୋଗାଇବାକୁ ତତ୍ପର ଥିବାରୁ କୌଣସି ଶିକାରୀ ସାହସ କରି ଗାଁରେ ପଶି ପାରନ୍ତି ନାହିଁ। ଯଦି ବି କେହି ଶୀକାର ଉଦ୍ଦେଶ୍ୟରେ ପଶି ଯାଆନ୍ତି, ଗ୍ରାମବାସୀ ତାଙ୍କୁ ଗାଁରୁ ତଡି ଦିଅନ୍ତି।

ବାଦୁଡିରୁ ବିଭିନ୍ନ ପ୍ରକାର ଔଷଧ ତିଆରି ହେଉଥିବା ଭାବି ଲୋକେ ନିରୀହ ବାଦୁଡିଙ୍କୁ ହତ୍ୟା କରି ଚାଲିଛନ୍ତି । ଯାହା ଦ୍ୱାରା ଦିନକୁ ଦିନ ସେମାନଙ୍କ ସଂଖ୍ୟା କ୍ଷୀପ୍ର ବେଗରେ କମୁଥିବା ବେଳେ ବାଦୁଡ଼ି ଏବେ ଏକ ପ୍ରକାର ବିଲୁପ୍ତ ପ୍ରାଣୀରେ ପରିଣତ ହେଲାଣି । ହେଲେ ସେମାନଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି ଲାଞ୍ଜିମାର ଗ୍ରାମବାସୀ । ଦିନ ରାତି ସେମାନେ ଏହି ନିରୀହ ପ୍ରାଣୀଙ୍କୁ ଯୋଗାଇ ଚାଲିଛନ୍ତି ସୁରକ୍ଷା । 

ଗାଁ ଲୋକଙ୍କ ଉଦ୍ୟମ ଯୋଗୁଁ ଗାଁରେ ହଜାର ହଜାର ସଂଖ୍ୟାରେ ବାଦୁଡି ଅଛନ୍ତି। ଏବେ ଖରା ମାସ ଆସିଯାଇ ଥିବାରୁ ବାଦୁଡ଼ିଙ୍କ ପାଇଁ ଥାଳି ତଥା ବାଲଟିରେ ଗାଁ ଲୋକେ ତଳେ ପାଣି ରଖୁଛନ୍ତି । ଗାଁ ଲୋକେ ମିଳିତ ଭାବେ ତଥା ଖୁବ୍‌ ଉତ୍ସାହିତ ହୋଇ ବାଦୁଡ଼ିଙ୍କ ସେବାଯତ୍ନରେ ଲାଗି ପଡ଼ୁଛନ୍ତି।  ଲାଞ୍ଜିମାର ଗ୍ରାମବାସୀଙ୍କ ଏହି ମହାନତାକୁ ପ୍ରଶଂସା କରିଛନ୍ତି ଖଡ଼ିଆଳ ବନଖଣ୍ଡର ଡିଏଫଓ ସୁଶୀଲ କୁମାର ତ୍ରିପାଠୀ।

ବାଦୁଡ଼ିମାନେ ଲୋପ ପାଇବାକୁ ବସିଲେଣି। ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ବାଦୁଡ଼ିଙ୍କୁ ସୁରକ୍ଷା ଦେଉଥିବା ଲାଞ୍ଜିମାର ଗ୍ରାମବାସୀ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି ।

ଆମ ବାପା, ଅଜା ବି ବାଦୁଡ଼ିଙ୍କୁ ସୁରକ୍ଷା ଦେଉଥିବାରୁ ସେମାନେ ଏହି ଗାଁର ସ୍ଥାୟୀ ବାସିନ୍ଦା ହୋଇ ପାରିଛନ୍ତି। ତେଣୁ ଏହି ପରମ୍ପରା ବଜାୟ ରଖି ଆମେ ବି ସେମାନଙ୍କୁ ଦିନ ରାତି ସୁରକ୍ଷା ଯୋଗାଇ ଆସୁଛୁ ବୋଲି କହିଛନ୍ତି ଗ୍ରାମବାସୀ।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IXrHl3F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages