ମେଷ: ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ।
ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରିବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।
ମିଥୁନ: ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସିଯିବ। ଜାଗା ଜମିପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ।
କର୍କଟ: ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିଲେ ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବାସହ ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରି ପାରନ୍ତି।
ସିଂହ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ସ୍ଥିତି ସୁଧିରିଯିବା ଫଳରେ ଆର୍ଥିକ ଉନ୍ନତି ଦେଖାଦେବ।
କନ୍ୟା: ବ୍ୟବସାୟରେ ସଫଳତା ଅର୍ଜନ କରିବେ। ବନ୍ଧୁବାନ୍ଧବଙ୍କ ଦିଗରୁ ହସଖୁଶିର ବାତାବରଣ ସୃଷ୍ଟି ହେବ।ପରୋକ୍ଷ ଶତ୍ରୁଙ୍କୁ ପ୍ରତିହତକରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ।
ତୁଳା: ଅଧାରେ ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ଉନ୍ନତି ହେବ। ଶତୃମାନେ ପରାଜିତ ହେବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।
ବିଛା: ସବୁଥିରେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ଶାରିରୀକ ଅସୁସ୍ଥତା ଦୂର ହେବ।
ଧନୁ: କୌଣସି ସ୍ଥାନକୁ ଭ୍ରମଣରେ ଯିବାକୁ ଯୋଜନା କରିବେ। ଯାହାର ବେଶି ଉପକାର କରିଥିବେ ତାଙ୍କ ଦ୍ୱାରା ବେଶି ଆଘାତ ପାଇବେ।
ବୁଝି ବିଚାରି କାର୍ଯ୍ୟ କଲେ ପାରିବାରିକ ଜୀବନ ସୁଖମୟ ହେବ।
ମକର: ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ। ଆର୍ଥିକ ସଙ୍କଟ ଦୂର ହେବ। ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ।
କୁମ୍ଭ: ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଉତ୍ତମ ରୋଜଗାର ହେବ।
ମୀନ: ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂରଣ ହୋଇପାରେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PhoOw60
No comments:
Post a Comment