ଜେଲରେ ୪୪ କଏଦୀ ଏଚଆଇଭି ପଜିଟିଭ, ଅଛନ୍ତି ଜଣେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 9, 2023

ଜେଲରେ ୪୪ କଏଦୀ ଏଚଆଇଭି ପଜିଟିଭ, ଅଛନ୍ତି ଜଣେ ମହିଳା

ଜେଲରେ ବନ୍ଦୀ ଜୀବନ ବିତାଉଥିବା ୪୪ ଜଣ ଲୋକ ମାରାତ୍ମକ ଏଚଆଇଭି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା କଏଦୀ ମଧ୍ୟ ରହିଛନ୍ତି। ଉତ୍ତରାଖଣ୍ଡର ହଲଦୱାନି ଜେଲରୁ ଏପରି ଖବର ସାମ୍ନାକୁ ଆସିଛି। ଶୁଶିଲା ତିୱାରି ହସ୍ପିଟାଲର ଏଆରଟି ସେଣ୍ଟର ଇନଚାର୍ଜ ଡାକ୍ତର ପରମଜିତ ସିଂହ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଜେଲ ଭିତରୁ ଏତେ ସଂଖ୍ୟକ ଏଚଆଇଭି ପଜିଟିଭ କଏଦୀ ବାହାରିବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତା’ର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ଡାକ୍ତର ସିଂହଙ୍କ ମତରେ କ୍ରମାଗତ ଭାବେ ଏଚଆଭି ପଜିଟିଭ କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜେଲ କର୍ତ୍ତୃପକ୍ଷ ଚିନ୍ତିତ ରହିଛନ୍ତି। ଏଚଆଭି ପଜିଟିଭ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗୋଟିଏ ଏଆରଟି (Antiretroviral Therapy) କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଠାରେ ସଂକ୍ରମିତ ଲୋକଙ୍କ ଚିକିତ୍ସା କରାଯାଉଛି। ଗୋଟିଏ ସ୍ୱତନ୍ତ୍ର ଟିମ ଜେଲରେ ଥିବା ଅନ୍ୟ କଏଦୀଙ୍କ ଟେଷ୍ଟ ଜାରି ରଖିଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନ୍ୟାଶନାଲ ଏଆଇଡିଏସ୍‌ କଣ୍ଟ୍ରୋଲ ଅର୍ଗାନାଇଜେସନ(ଏନଏସିଓ) ଗାଇଡଲାଇନ୍ସ ଅନୁସାରେ ଯେଉଁ ସବୁ କଏଦୀମାନେ ଏଚଆଇଭିରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କର ମାଗଣାରେ ଚିକିତ୍ସା କରାଯାଉଛି। ମେଡିସିନ ମଧ୍ୟ ସେମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। ସ୍ୱତନ୍ତ୍ର ଟିମ ଏଆରଟି କେନ୍ଦ୍ରରେ ସେମାନଙ୍କ ଚିକିତ୍ସା କରୁଛନ୍ତି।

ଜେଲ ଭିତରେ ବର୍ତ୍ତମାନ ୧୬୨୯ ପୁରୁଷ ଓ ୭୦ ଜଣ ମହିଳା କଏଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜଣେ ମହିଳା ଓ ୪୩ ଜଣ ପୁରୁଷଙ୍କ ଏଚଆଇଭି ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି। ଆକ୍ରାନ୍ତ ଚିହ୍ନଟ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ସହାୟତାରେ କଏଦୀଙ୍କ ରୁଟିନ ଚେକଅପ କରାଯାଉଛି। ଏହା ଦ୍ୱାରା ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହେଉଥିବା କଏଦୀଙ୍କୁ ଉପଯୁକ୍ତ ସମୟରେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ ବୋଲି ଶ୍ରୀ ସିଂହ କହିଛନ୍ତି।

ତେବେ କେଉଁ ପରିସ୍ଥିତିରେ ଜେଲ ଭିତରେ କଏଦୀମାନେ ଏଚଆଭିରେ ଆକ୍ରାନ୍ତ ହେଲେ, ସେ ସମ୍ପର୍କରେ କେହି ବି ମୁହଁ ଖୋଲି ନାହାନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Zb2rvUj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages