ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଗାଁରେ ପୁଅର ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଆହତ ବ୍ୟକ୍ତିଙ୍କ ନାଁ ଗଙ୍ଗାଜଳ ମେହେର (୫୬)। ତାଙ୍କ ପୁଅଙ୍କ ନାଁ ବିକ୍ରମ ମେହେର।
ମିଳିଥିବା ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ବେଳେ ବିକ୍ରମ ତାଙ୍କ ପତ୍ନୀଙ୍କୁ ଗୁଳି କରି ଦେବେ ବୋଲି କହିଥିଲେ। ଏହି ସମୟରେ ପରିବାରର ଅନ୍ୟ ଲୋକଙ୍କ ସହିତ ଗଙ୍ଗାଜଳ ହସ୍ତକ୍ଷେପ କରିଥିଲେ। ‘ବୋହୂକୁ କାହିଁକି ଗୁଳି କରିବୁ ବୋଲି କହିବା ସହିତ ମୋତେ ଗୁଳି କରିଦେ’ ବୋଲି ସେ କହିଥିଲେ। ହେଲେ ନିଶାସକ୍ତ ଅବସ୍ଥାରେ ଥିବା ବିକ୍ରମଙ୍କୁ ଏଥିରେ କିଛି ଫରକ ପଡ଼ିଲା ନାହିଁ। ସେ ତାଙ୍କ ବାପାଙ୍କୁ ଗୁଳି କରି ଦେଇଥିଲେ।
ଗଙ୍ଗାଜଳଙ୍କୁ ପରିବାର ଲୋକେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଖବର ଲେଖାଯିବା ପର୍ଯ୍ୟନ୍ତ ଗଙ୍ଗାଜଳଙ୍କ ପକ୍ଷରୁ ଘଟଣା ନେଇ ପୁଲିସ୍ରେ ଅଭିଯୋଗ କରାଯାଇ ନଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lueUWsO
No comments:
Post a Comment