ଚଢ଼େଇ ଧରିବା ହେଲା କାଳ, ଚାଲିଗଲା ୨ନାବାଳକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 20, 2023

ଚଢ଼େଇ ଧରିବା ହେଲା କାଳ, ଚାଲିଗଲା ୨ନାବାଳକଙ୍କ ଜୀବନ

 ଗଛରେ ବସିଥିବା ଚଢ଼େଇକୁ ଦେଖି ଥୟ ଧରିଲାନି ମନ। ଚଢ଼େଇକୁ ଧରିବାକୁ ଗଛ ଉପରକୁ ଚଢ଼ିଗଲେ୨ ନାବାଳକ। ହେଲେ ସେମାନେ ବା କିପରି ଜାଣିବେ ଗଛ ଉପରେ ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି। ଗଛ ଉପରକୁ ଚଢ଼ି ଯାଇ ଚଢ଼େଇ ଧରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ନାବାଳକଙ୍କ ଚାଲିଗଲା ଜୀବନ।

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏହି  ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଦ୍ୱୟ ହେଲେ କାଲିମେଳା ଥାନା ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମି ଓ ମାଙ୍ଗା ମାଡି। ଜଣଙ୍କୁ ୭ବର୍ଷ ହୋଇଥିବା ବେଳେ ଜଣଙ୍କୁ ୯ବର୍ଷ ହୋଇଥିଲା।

ଆଜି ସକାଳେ ଚନ୍ଦନ ଓ ମାଙ୍ଗା ଗଛରେ ଚଢ଼େଇ ବସିଥିବା ଦେଖିଥିଲେ। ଦୁହେଁ ତାକୁ ଧରିବାକୁ ଯୋଜନା କରିଥିଲେ। ଏଥିପାଇଁ ଦୁହେଁ ଗଛକୁ ଚଢ଼ିଯାଇଥିଲେ। ସେହି ଗଛ ଦେଇ ୧୧ କେଭିର ବିଦ୍ୟୁତ ତାର ଯାଇଥିଲା। ଚଢ଼େଇ ଧରିବା ନିଶାରେ ପିଲାମାନେ ତାକୁ ଦେଖିପାରି ନଥିଲେ। ଗଛ ଡାଳରେ ବସିଥିବା ଚଢ଼େଇକୁ ଧରୁଥିବା ସମୟରେ ୧୧ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ବିଦ୍ୟୁତ ଝଟକା ଖାଇ ଦୁଇ ପିଲା ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ଓ ଗ୍ରାମାବସୀ ପିଲା ଦୁଇଟିକୁ ତଳେ ପଡ଼ିଥିବା ଦେଖି ଦୌଡ଼ି ଆସିଥିଲେ। ତୁରନ୍ତ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ତାର ଲାଗି ଉଭୟଙ୍କ ମୁହଁ ପୋଡ଼ି ଯାଇଥିଲା। ୨ନାବାଳକଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yRxHjMC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages