ପେନସନ୍‌ ପାଇଁ ଚଉକି ପାଲଟିଥିଲା ବୃଦ୍ଧାଙ୍କ ଆଶା ବାଡ଼ି; ଅର୍ଥ ମନ୍ତ୍ରୀ କହିଲେ - ମାନବିକତା ଦେଖାନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 20, 2023

ପେନସନ୍‌ ପାଇଁ ଚଉକି ପାଲଟିଥିଲା ବୃଦ୍ଧାଙ୍କ ଆଶା ବାଡ଼ି; ଅର୍ଥ ମନ୍ତ୍ରୀ କହିଲେ - ମାନବିକତା ଦେଖାନ୍ତୁ

ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେଉଥିଲା। ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

ଏହି ବୃଦ୍ଧାଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ବାଣୁଆଗୁଡା ଗାଁର ସୂର୍ଯ୍ୟ ହରିଜନ । ପେନସନ୍‌ ପାଇଁ ଜଣେ ବୃଦ୍ଧାଙ୍କ ଅସହାୟତା ପ୍ରକାଶ କରୁଥିବା ଏହି ଭିଡିଓ ଅର୍ଥ ମନ୍ତ୍ରୀ ସୀତାରମଣଙ୍କୁ ଖୁବ୍‌ ବ୍ୟଥିତ କରିଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପଚାରିଛନ୍ତି। ଏଥିସହ ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ବୋଲି ଟ୍ୱିଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ନିର୍ମଳାଙ୍କ ଟ୍ୱିଟର ଜବାବ ରଖି ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ସମ୍ପୃକ୍ତା ବୃଦ୍ଧାଙ୍କ ପେନସନ ଟଙ୍କା ପଇଠ କରାଯାଇଥିବା ସୂଚନା ଦେଇଛନ୍ତି। ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଅର୍ଥ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।

ଏଥିସହ ସେ ଉଲ୍ଲେଖ କରିଛନ୍ତି, ବୃଦ୍ଧାଙ୍କ ଟିପ ଚିହ୍ନ ନ ମିଶିବାରୁ ଏହି ସମସ୍ୟା ଉପୁଜିଥିଲା। ଆମେ ତାଙ୍କ କଷ୍ଟ ବୁଝିପାରି ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରିଛୁ।

ସୂର୍ଯ୍ୟ ହରିଜନଙ୍କ ବୟସ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ। ଥରେ ଭତ୍ତା ଟଙ୍କା ଉଠାଇବାକୁ ନିକଟସ୍ଥ କିଓସ୍କ ବ୍ୟାଙ୍କ ଯାଉଥିବା ବେଳେ ତାଙ୍କ ପାଦ ଖସି ଗୋଡ଼ ଭାଙ୍ଗି ଯାଇଥିଲା। ବହୁ କଷ୍ଟରେ ଧାର ଉଧାର କରି ମେଡ଼ିକାଲ୍‌ରେ ଭଲ କରିଥିଲେ ଦୁଇ ପୁଅ। ଗତ ୪ ମାସ ହେଲା ସେ ବିଛଣାରୁ ଉଠି ପାରୁନଥିବାରୁ ଭତ୍ତା ଟଙ୍କା ଉଠାଇ ପାରୁନଥିଲେ।

ଚଳିତମାସ ସେ ସାମାନ୍ୟ ସୁସ୍ଥ ହୋଇଥିଲେ ବି ସଳଖି ଚାଲି ପାରୁନାହାନ୍ତି। ହେଲେ ଭତ୍ତା ଟଙ୍କା ପାଇବା ଆଶାରେ ପ୍ଲାଷ୍ଟିକ୍‌ ଚେୟାର ଭରସାରେ ସେ ପ୍ରଥମେ ଘର ନିକଟ ବାଣୁଆଗୁଡ଼ା ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ। ସେଠାକୁ ପ୍ରାୟ ୫ ଥର ଦୌଡ଼ିବା ପରେ ବି ସମସ୍ୟା ସମାଧାନ ହୋଇ ନ ଥିଲା। ଏହାପରେ ସେ ୪ କିମି ଦୂର ସାରିଆପଡ଼ା ଗ୍ରାହକ ସେବା କେନ୍ଦ୍ରକୁ ଯାଇ ନିରାଶ ହୋଇଥିଲେ। ଟିପ ଚିହ୍ନ ନ ମିଶିବାରୁ ସେଠାରୁ ମଧ୍ୟ ତାଙ୍କୁ କିଛି ଟଙ୍କା ମିଳି ନ ଥିଲା।

ଏହାପରେ ସେ ଝରିଗାଁ ଷ୍ଟେଟ ବ୍ୟାଙ୍କ କିଓସ୍କ ବ୍ୟାଙ୍କକୁ ଯାଇଥିଲେ। ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବୃଦ୍ଧାଙ୍କ ଅବସ୍ଥା ଦେଖି ତୁରନ୍ତ ୬ ମାସର ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାବାଦ ଆଜି ନବରଙ୍ଗପୁର ଜିଲ୍ଲା ଷ୍ଟେଟ ବ୍ୟାଙ୍କର ଏକ ଟିମ୍‌ ସୂର୍ଯ୍ୟଙ୍କ ଘରକୁ ଯାଇ ତାଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି ।  



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/UtTVS0Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages