ଟ୍ୱିଟରକୁ ଫେରିଲା ନୀଳ ପକ୍ଷୀ, ଗାଏବ ହୋଇଗଲା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 7, 2023

ଟ୍ୱିଟରକୁ ଫେରିଲା ନୀଳ ପକ୍ଷୀ, ଗାଏବ ହୋଇଗଲା କୁକୁର

ମାତ୍ର ୩ ଦିନ ବ୍ୟବଧାନରେ ଫେରି ଆସିଲା ନୀଳ ପକ୍ଷୀ, କେଉଁଆଡ଼େ ଗାଏବ ହୋଇଗଲା କୁକୁର। ଗତ ୪ ତାରିଖ ସକାଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଲୋଗୋରୁ ନୀଳ ପକ୍ଷୀକୁ ହଟାଇ ତାହା ସ୍ଥାନରେ ଏକ ଡଗିକୁ ବସାଇ ଦିଆଯାଇଥିଲା। ମାତ୍ର  ଆଜି ସକାଳେ ପୁଣି ଥରେ ଦେଖିବାକୁ ମିଳିଛି ପୁରୁଣା ଚିହ୍ନା ଚିହ୍ନା ନୀଳ ପକ୍ଷୀ ।

ମସ୍କ ଗତ ଫେବୃଆରୀରେ ଏକ କୁକୁର ଫଟୋ ଶେଆର କରି ନୂତନ ବସ୍ ଅଦଭୁତ ବୋଲି ଲେଖିଥିଲେ। ସେବେଠାରୁ ଟ୍ୱିଟରରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଥିଲା। ଏହାପରେ ହଠାତ୍‌ ୪ ତାରିଖ ସକାଳୁ ଟ୍ୱିଟରର ଲୋଗୋ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା।

କିଛି ଦିନ ପାଇଁ ଟ୍ୱିଟରର ଲୋଗୋ ପାଲଟିଥିବା ଏହି କୁକୁରର ନାମ ଡାଁଜ୍ କାବୋସୁ ଏବଂ ଏହା ଏକ ଜାପାନୀ କୁକୁର। ୨୦୧୦ ମସିହାରେ ଏହି କୁକୁରର ମାଲିକ ନିଜ କୁକୁରର ଏକ ଫଟୋ ଏକ ବ୍ଲଗ୍‌ରେ ଶେଆର କରିଥିଲେ। ସେବେଠାରୁ ଏହି କୁକୁରର ଫଟୋ ଥିବା ମିମ୍ସ ବିଟି କଏନ୍ ପରି ଅନ୍ୟ କ୍ରିପ୍ଟୋ କରେନ୍ସିର ମଜାକ ଉଡ଼ାଇବା ପାଇଁ ବ୍ୟବହାର କରାଯାଉଛି।

 ଅପରପକ୍ଷେ, ବ୍ଲୁ ଟିକ୍‌ ମାର୍କ ଥାଇ ବି ଦେୟ ଦେଉ ନ ଥିବା ୟୁଜର୍ସଙ୍କୁ ଟ୍ୱିଟର ଅନଫଲୋ କରିବା ଆରମ୍ଭ କରିଛି। ଏହିଭଳି ପ୍ରାୟ ୨,୨୫,୦୦୦ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଟ୍ୱିଟର ଅନଫଲୋ କରି ସାରି ସାରିଛି। 

ଗତ ବର୍ଷ ଅକ୍ଟୋବର ମାସରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ୪୪ ଆରବ ଡଲାରରେ କିଣିଥିଲେ ଏଲନ୍ ମସ୍କ । ଏହାପରେ ସବୁବେଳେ ଟ୍ୱିଟରରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହେଉଛି। ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲକୁ ବାହାର କରିଦେଇଥିଲେ ମସ୍କ । ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରିଥିଲେ । ଭାରତରେ ଟ୍ୱିଟର ପାଇଁ କାମ କରୁଥିବା ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଦିଲ୍ଲୀ ଓ ମୁମ୍ବାଇରେ ଅଫିସ ବନ୍ଦ କରିଥିଲା ଟ୍ୱିଟର । କେବଳ ବେଙ୍ଗାଲୁରୁରେ ଚାଲିଛି ଟ୍ୱିଟର ଅଫିସ । 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/iGLFaMR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages