ବିଜେପିରେ ମିଶିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 7, 2023

ବିଜେପିରେ ମିଶିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀର ବିଜେପିରେ କାର୍ଯ୍ୟାଳରୟରେ ସେ ଆଜି ଯୋଗ ଦେଇଛନ୍ତି। କିରଣ କୁମାରଙ୍କୁ ରାଜ୍ୟରେ କିମ୍ବା ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ।

କଂଗ୍ରେସରେ ସେ ନିଜକୁ ଉପେକ୍ଷିତ ମନେ କରୁଥିଲେ । ଏହି କାରଣରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ମାର୍ଚ୍ଚ ୧୧ରେ ସେ କଂଗ୍ରେସ ସଭାପତିଙ୍କୁ ଏକ ଚିଠିରେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ତାଙ୍କ ଇସ୍ତଫା ଗ୍ରହଣ କରାଯାଉ ବୋଲି ଅନୁରୋଧ କରିଥିଲେ । ତେବେ ସେ କାହିଁକି ଇସ୍ତଫା ଦେଲେ ତାହାର କାରଣ ଉଲ୍ଲେଖ କରିନଥିଲେ ।

କିରଣ କୁମାର ୧୯୮୯ରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଭାୟଲପାଡୁରୁ କଂଗ୍ରେସ ଟିକେଟରେ ଜିତିଥିଲେ। ସେ ୧୯୯୯ ଏବଂ ୨୦୦୪ରେ ପୁଣି ସେହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ । ପରେ ୨୦୦୯ରେ ପିଲେରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ରାଜଶେଖର ରେଡ୍ଡୀଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଏକ ନାଟକୀୟ ରାଜନୈତିକ ଘଟଣାକ୍ରମ ପରେ କିରଣ ରେଡ୍ଡୀ ୨୦୧୦ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ତେବେ ଆନ୍ଧ୍ରପ୍ରଦେଶର ବିଭାଜନ ନେଇ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରେଡ୍ଡୀ ୧୦ ମାର୍ଚ୍ଚ ୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିରଣ କୁମାର ରେଡ୍ଡୀ କଂଗ୍ରେସ ଠାରୁ ଅଲଗା ହୋଇଥିଲେ। ୨୦୧୪ ମସିହାରେ ସେ ‘ଜୟ ସାମିକ୍ୟ ଆନ୍ଧ୍ର’ ନାମରେ ନିଜର ଏକ ଦଳ ଗଠନ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେବେ ସେଭଳି ସଫଳତା ନ ମିଳିବାରୁ କିରଣ କୁମାର ୨୦୧୮ରେ ପୁଣି କଂଗ୍ରେସକୁ ଫେରିଥିଲେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fz0ovrO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages