ଆତ୍ମସମର୍ପଣ କଲା ପଳାତକ ଘୋଷିତ ଅମ୍ରିତପାଲ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 22, 2023

ଆତ୍ମସମର୍ପଣ କଲା ପଳାତକ ଘୋଷିତ ଅମ୍ରିତପାଲ ସିଂହ

ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଶେଷରେ ଆତ୍ମସମର୍ପଣ କରିଛି। ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି। ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ଏହା ସହିତ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛି ପଞ୍ଜାବ ପୁଲିସ।

ଗିରଫ ଅମ୍ରିତପାଲ ସିଂହକୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ। ପୂର୍ବରୁ ଗିରଫ ତା’ର ୮ ଜଣ ସହଯୋଗୀ ମଧ୍ୟ ସେହି ଜେଲରେ ଅଛନ୍ତି। ଏ ସମସ୍ତଙ୍କୁ ଜାତୀୟ ସୁରକ୍ଷା ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଅମ୍ରିତପାଲ ସିଂହ ମୋଗା ଜିଲ୍ଲାର ରୋଡେ ଗାଁରେ ଥିବା ଗୁରୁଦ୍ୱାରାରେ ପହଞ୍ଚିଥିଲା। ବିଳମ୍ବିତ ରାତିରେ ସେ ସେଠାରେ ଥିବା ନେଇ ମୋଗା ପୁଲିସ୍‌କୁ ନିଜେ ଖବର ଦେଇଥିଲା ଓ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଥିଲା। ତା’ପରେ ମୋଗା ପୁଲିସ୍ ଗୁରୁଦ୍ୱାରାରେ ପହଞ୍ଚିବା ପରେ ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିଥିଲା। ଆଜି ସକାଳେ ଆତ୍ମସମର୍ପଣ କରିବା ପୂର୍ବରୁ ଗୁରୁଦ୍ୱାରରେ ସେ କିଛି ଲୋକଙ୍କୁ ସମ୍ବୋଧିତ ମଧ୍ୟ କରିଥିବାର ଭିଡିଓ ସାମ୍ନାକୁ ଆସିଛି। ରୋଡେ ହେଉଛି ଆତଙ୍କବାଦୀ ଜରନୈଲ ସିଂହ ଭିଣ୍ଡରାନୱାଲେର ଜନ୍ମମାଟି, ଯିଏ ଅପରେସନ ବ୍ଲ୍ୟୁ ଷ୍ଟାରରେ ନିହତ ହୋଇଥିଲା।

ଅମ୍ରିତପାଲ ସିଂହ ନିଜକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ଜରନୈଲ ସିଂହ ଭିଣ୍ଡରାନୱାଲେର ଅନୁଗାମୀ ବୋଲି କହୁଛି। ଏମିତିକି ସେ ତା’ ସମର୍ଥକଙ୍କ ଗହଣରରେ ‘ଭିଣ୍ଡରାନୱାଲେ ୨.୦’ ଭାବେ ପରିଚିତ। ଦେଶରେ ଶାନ୍ତି ଭଙ୍ଗ କରିବା, ଖଲିସ୍ତାନୀ ଗତିବିଧିକୁ ବଢ଼ାଇବା, ହତ୍ୟା ଉଦ୍ୟମ ଓ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଅନେକ ଅପରାଧିକ ମାମଲା ରହିଛି ଅମ୍ରିତପାଲ ସିଂହ ଓ ତା’ ସହଯୋଗୀଙ୍କ ନାଁରେ।

ଖୋଲାଖୋଲି ଭାବେ ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖୁଥିବା ଅମ୍ରିତପାଲ ଗତ ଫେବ୍ରୁଆରି ୨୩ରେ ଚର୍ଚ୍ଚାକୁ ଆସିଥିଲା। ତା’ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍ ଗିରଫ କରିଥିଲା। ତାକୁ ଥାନାରୁ ଉଡ଼ାଇ ଆଣିବାକୁ ଅମ୍ରିତପାଲ ନିଜ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କ ହାତରେ ଖଣ୍ଡା ଓ ବନ୍ଧୁକ ଥିଲା। ସେମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ଅଜନାଲା ଥାନା ଭିତରେ ପଶିଥିଲେ। ଏକ ଅପହରଣ ମାମଲାରେ ଫସିଥିବା ତା’ ସହଯୋଗୀ ଲବପ୍ରୀତ ସିଂହକୁ ପୁଲିସ୍ ଛାଡ଼ି ଦେବ ବୋଲି ସେ ଓ ତା’ ସଂଗଠନର ସଦସ୍ୟମାନେ ପୁଲିସ ଠାରୁ ପ୍ରତିଶ୍ରୁତି ନେଇଥିଲେ। ଥାନାକୁ ଜୋରଜବରଦସ୍ତ ପ୍ରବେଶ କରିବା ବେଳେ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

ଏହା ପରେ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକାବନ୍ଦୀ କରିଥିଲା। ତେବେ ଅମ୍ରିତପାଲ ସିଂହ ଖସି ପଳାଇବାରେ ସକ୍ଷମ ହୋଇଥିଲା। ତାକୁ ଧରିବା ପାଇଁ ମାର୍ଚ୍ଚ ୧୮ ତାରିଖରୁ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ପୁଲିସ୍ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲେ। ୩ ଦିନ ତଳେ ଅମ୍ରିତପାଲର ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରିଥିଲେ କଷ୍ଟମ ଅଧିକାରୀ। ସେ ଲଂଣ୍ଡନ ପଳାଇବାକୁ ଚାହୁଁଥିବା ବେଳେ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ଆଉ ଏହି ଘଟଣାର ୩ ଦିନ ପରେ ଆତ୍ମସମର୍ପଣ କରିଛି ଅମ୍ରିତପାଲ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IOBWlL0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages