୨୩ ଏପ୍ରିଲ, ରବିବାର: କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 22, 2023

୨୩ ଏପ୍ରିଲ, ରବିବାର: କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି

ମେଷ: ବ୍ୟବସାୟରେ କ୍ଷତି ସହିବେ। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଦୂର ଯାତ୍ରାରୁ ନିବୃତ ରୁହନ୍ତୁ।

ବୃଷ: ବନ୍ଧୁବାନ୍ଧବଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ। ସନ୍ତାନସନ୍ତତିଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଆଜି ଧଳା ରଙ୍ଗର ବ୍ୟବହାର କରନ୍ତୁ।

ମିଥୁନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବିଚଳିତ ନହୋଇ କାର୍ଯ୍ୟ କଲେ ଉତ୍ତମ ଫଳ ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ।

କର୍କଟ: ଭୂମି, ଭବନ ଓ ବାହାନ ଆଦି କ୍ରୟ କରିବାକୁ ମନ କରିବେ। ଦୂରଯାତ୍ରା କରିବାକୁ ପଡ଼ିପାରେ, ଯାହା ଶୁଭଫଳ ପ୍ରଦାନ କରିବ।

ସିଂହ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପରିବାର ଲୋକଙ୍କ ଗହଣରେ ରହି ଶାନ୍ତି ଅନୁଭବ କରିବେ।

କନ୍ୟା: ସାମାଜିକ ପଦ ପ୍ରତିଷ୍ଠା ଲାଭ କରିବେ। ଧନ ଲାଭ ହେବ। କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି।

ତୁଳା: ବ୍ୟବସାୟରେ ଭଲ ଲାଭ ହେବ। କ୍ରୋଧ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି, ଏଣୁ କ୍ରୋଧ କରନ୍ତୁ ନାହିଁ। ଅସୁସ୍ଥତା ଅନୁଭବ କରିପାରନ୍ତି।

ବିଛା: ସହଯୋଗୀ ମାନଙ୍କ କାର୍ଯ୍ୟକଳାପ ଦେଖି ମନ ଅଶାନ୍ତ ରହିବ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ। ହନୁମାନ ଚାଳିଶା ପାଠ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

ଧନୁ: ଆଶା ଠାରୁ ଅଧିକ ଆୟ ହେବ। ସମସ୍ୟାର ସମାଧାନ ହୋଇଯିବ। ଦୂରଯାତ୍ରାରେ ଯାଇପାରନ୍ତି।

ମକର: କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ସହଯୋଗୀମାନଙ୍କ ସାଙ୍ଗରେ ମତଭେଦ ହୋଇପାରେ। ସନ୍ତାନମାନଙ୍କ କାର୍ଯ୍ୟକଳାପ ଦେଖି ମନ ଅଶାନ୍ତ ରହିବ।

କୁମ୍ଭ: କର୍ମକ୍ଷେତ୍ରକୁ ନେଇ ଚିନ୍ତିତ ରହିବେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ।

ମୀନ: ନୂତନ ବ୍ୟବସାୟ କରିବାକୁ ଯୋଜନା କରିବେ। ବନ୍ଧୁବାନ୍ଧବ ମାନେ ସହଯୋଗର ହାତ ବଢ଼େଇବେ। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2gnVCKT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages