ଆଜିଠୁ ବଦଳିବ ପାଗ, ତାତିରୁ ମିଳିବ ତ୍ରାହି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 20, 2023

ଆଜିଠୁ ବଦଳିବ ପାଗ, ତାତିରୁ ମିଳିବ ତ୍ରାହି

ଆଜିଠୁ ରାଜ୍ୟରେ ବଦଳିବ ପାଗ। ଖରାର ତାତି କମିବ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୩ରୁ ୪ ଦିନ ଭିତରେ ରାଜ୍ୟରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଗାମୀ ୩ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ହୋଇଥିବା ଚେତାବନୀକୁ ପାଣିପାଗ ବିଭାଗ ପକ୍ଷରୁ ହଟାଇ ଦିଆଯାଇଛି।

ଆଜି ସକାଳେ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସକାଳେ ଖରାର ତାତି ବଦଳର ଥଣ୍ଡା ପବନ ହୋଇଥିଲା। ଏହାସହ କଟକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଥିଲା ସାରା ଓଡ଼ିଶା । ୨୮ଟି ସହରର ତାପମାତ୍ରା ୪୦ ଉପରେ ରହିଥିଲା। ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ବୌଦ୍ଧର ତାପମାତ୍ରା ୪୩.୨ ଡିଗ୍ରୀ ଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yAi8Zdp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages