ଦେଶରେ ଗତ ୨୪ ଘଣ୍ଟାରେ ୧୨,୫୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ମାସରେ ଏହା ସର୍ବାଧିକ। ଏହା ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୬୫, ୨୫୬କୁ ବୃଦ୍ଧି ପାଇଛି।
ସେହିପରି କରୋନାରେ ଦେଶରେ ଆଉ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କେରଳରୁ ୧୧ ଜଣ ଥିବା ବେଳେ ଦିଲ୍ଲୀରୁ ୬ ଜଣ ଅଛନ୍ତି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୨୩୦କୁ ବୃଦ୍ଧି ପାଇଛି।
ଦେଶରେ ଦୈନିକ କରୋନା ସଂକ୍ରମଣ ହାର ୫.୪୬% ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୫.୩୨% ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨୨୦.୬୬ କୋଟି ଡୋଜ୍ ଟିକା ଦିଆଯାଇଛି।
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ୍ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/POvKV5A
No comments:
Post a Comment