ଗୁଣି ସନ୍ଦେହରେ ହତ୍ୟା କରିଥିଲେ, ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 20, 2023

ଗୁଣି ସନ୍ଦେହରେ ହତ୍ୟା କରିଥିଲେ, ବନ୍ଧା ହେଲେ

ଗୁଣି ଗାରେଡ଼ି କରିବା ଯୋଗୁ ଜ୍ୱର ଭଲ ହେଉ ନାହିଁ ଭାବି ଜଣେ ବ୍ୟକ୍ତିଙ୍କୁ ପଥର ଛେଚି ହତ୍ୟା କରିଥିଲେ। ପୁଲିସ ହାତରେ ଧରାପଡ଼ି ବନ୍ଧା ହେଲେ ଅଭିଯୁକ୍ତ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କାଇଲମ୍ବା ଗୋପିପଦର ଗାଁରେ ଏହି ଘଟଣା ଘଟିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲୁଙ୍କି ଓରଫ ବାଲୁଙ୍କେଶ୍ୱର ମଲ୍ଲିକ। ତାଙ୍କ ଘର ସେହି ଗୋପିପଦର ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ବାଲୁଙ୍କିଙ୍କୁ ଦୀର୍ଘ ଦିନ ଧରି ଜ୍ଵର ହେଉଥିଲା। ଯେତେ ମେଡିସିନ୍ ଖାଇଲେ ଜ୍ୱର ଭଲ ହେଉ ନଥିଲା। ସେହିଗାଁର ଜନେକ ଗୁଣିଗାରେଡି କରିବା ଯୋଗୁ ଜ୍ୱର ଭଲ ହେଉ ନଥିବା ବାଲୁଙ୍କି ଭାବୁଥିଲେ।

ତେଣୁ ଜନେକଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ୨୨ ତାରିଖ ରାତିରେ ତାଙ୍କୁ ଏକୁଟିଆ ପାଇ ଠେଙ୍ଗା ଓ ପଥରରେ ଛେଚି ହତ୍ୟା କରିଥିଲେ।ବାଲୁଙ୍କି। ତା’ପରେ ଜନେକଙ୍କ ମୃତଦେହକୁ ଗାଁ ରାସ୍ତାରେ ପକେଇ ନିଜ ଘରକୁ ଚାଲିଯାଇଥିଲେ।।

ସକାଳେ ପରିବାର ଲୋକେ ଜନେକଙ୍କ ମୃତଦେହ ଗାଁରାସ୍ତାରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ କିଏ ହିତ୍ୟା କରି ପକାଇଦେଇଥିବା ଅଭିଯୋଗ କରିଥିଲେ। ଏନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣା ତଦନ୍ତ କରିଥିଲା। ତଦନ୍ତରେ ଜନେକଙ୍କୁ ବାଲୁଙ୍କି ହତ୍ୟା କରିଥିବା ଜଣାପଡ଼ିଥିଲ। ଗତକାଲି ବାଲୁଙ୍କିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକ ସୂଚନା ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nhp60Zz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages